ଅବହେଳିତ କାନ୍ତକବିଙ୍କ ସ୍ମୃତିପୀଠ, ଜନ୍ମମାଟିରେ ଅଧପନ୍ତରିଆ ପଡ଼ିରହିଛି ଜ୍ଞାନ ମନ୍ଦିର ଓ ସମାଧୀ ସ୍ଥଳ

ଭଦ୍ରକ : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା । ଅନେକ ପ୍ରତିଭାର ଅଧିକାରୀ କାନ୍ତକବି ଲକ୍ଷ୍ମୀକାନ୍ତ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡିଆ ଜାତିର ଚିର ନମସ୍ୟ। ହେଲେ ନିଜ ଜନ୍ମମାଟି ଭଦ୍ରକ ତିହିଡି ବ୍ଲକ୍‌ ତାଳପଦାରେ ସେ ଅବହେଳିତ। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗତ ୨ବର୍ଷ ତଳୁ ଆରମ୍ଭ ହୋଇଥିବା କାନ୍ତକବିଙ୍କ ସ୍ମୃତିପୀଠ ଏପର୍ଯ୍ୟନ୍ତ ଶେଷ ହୋଇପାରୁନି। ଏନେଇ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କାନ୍ତକବିଙ୍କ ଜ୍ଞାନ ମନ୍ଦିର ଗୃହ ନିର୍ମାଣ କାମ ସରିଛି ସତ, ହେଲେ ଘରର କବାଟ ଝରକା ଲାଗିନାହିଁ । ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି । ସେପଟେ ଖୁବଶୀଘ୍ର ନିର୍ମାଣ କାମ ଶେଷ କରାଯାଇ ଉଦଘାଟନ ହେବ ବୋଲି ଧାମନଗର ବିଧାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.