ପ୍ରିୟଙ୍କାଙ୍କ ବିବାହକୁ ଦୁଇ ସପ୍ତାହ ବି ପୂରିନାହିଁ କିନ୍ତୁ ବାପା ହେବାକୁ ଚାହିଁଲେଣି ନିକ୍ !

ପ୍ରିୟଙ୍କା ଏବଂ ନିକ୍ ଜୋନାସଙ୍କ ବିବାହ ଚଳିତ ମାସ ଦୁଇ ତାରିଖରେ ହୋଇଥିଲା। ବିବାହକୁ ଦୁଇ ସପ୍ତାହ ବି ପୂରିନଥିବା ବେଳେ ସେମାନଙ୍କ ବାପା-ମା ହେବାର ଚର୍ଚ୍ଚା ଆରମ୍ଭ ହେଲାଣି। ସବୁଠୁ ବଡ କଥା ହେଉଛି ଦୁଇଜଣ ଖୋଲିକି ଏହି କଥା କହିବାକୁ ଲାଜ କରୁନାହାନ୍ତି। ପ୍ରିୟଙ୍କା ପୂର୍ବରୁ ଏକ କଥାବାର୍ତ୍ତାରେ କହିଥିଲେ ଯେ ସେ କ୍ରିକେଟ ଟିମ ଭଳି ପିଲା ଚାହୁଁଛନ୍ତି। ନିକ୍ ବି ବାପା ହେବାକୁ ନେଇ ମତ ରଖିଛନ୍ତି।

nick Jonasନିକ୍ ଜୋନାସ ନିକଟରେ ଏକ କଥାବାର୍ତ୍ତାରେ କହିଲେ ଯେ ମୁଁ ବି ନିଜ ଛୁଆକୁ ନେଇ ବହୁତ ଉତ୍ସାହିତ ଅଛି। ପ୍ରିୟଙ୍କା ବି ଚାହୁଁଛନ୍ତି ଆମର ଶୀଘ୍ର ଛୁଆ ହେଉ ବୋଲି। ନିକ୍ କହିଲେ ଯେ ମୁଁ ୟଙ୍ଗ ଥିଲେ ମଧ୍ୟ ବହୁତ କମ୍ ଦିନରେ ଦୁନିଆକୁ ଦେଖି ସାରିଛି। ସେ ବର୍ତ୍ତମାନ ଜଣେ ବାପାର ଦାୟିତ୍ବ ନେଇପାରିବେ। ନିକ କହିଲେ ଯେ ଆଜି ପର‌୍ୟ୍ୟନ୍ତ ଜୀବନରେ ସେ ଯାହା ଶିକ୍ଷା କଲେ ତାକୁ ସେ ତାଙ୍କ ଛୁଆକୁ ଦେବେ।
ପ୍ରିୟଙ୍କା ଏବଂ ନିକ ନିଜ ଜୀବନକୁ ନେଇ ବହୁତ କିଛି ସଂକେତ ଦେଇସାରିଲେଣି ଏବଂ ସେମାନେ ନିଜ ପରିବାର ଶୀଘ୍ର କରିବାକୁ ଚାହୁଁଛନ୍ତି।

ଏହା ସହ ପଢ଼ନ୍ତୁ : ନିକଙ୍କୁ ଧୋକା ଦେଇ ଜବରଦସ୍ତ ବିବାହ କରିଛନ୍ତି ପ୍ରିୟଙ୍କା !

nick priyankaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକ ଏବଂ ପ୍ରିୟଙ୍କା ନିକଟରେ ଓମାନରୁ ସର୍ଟ ହନିମୁନକୁ ଏଞ୍ଜୟ କରି ଆସିଛନ୍ତି। ନିକ ନିଜର ବାକିଥିବା କାମକୁ ପୂରା କରିବା ପାଇଁ ଆମେରିକା ଯାଇ ସାରିଲେଣି, କିନ୍ତୁ ଆଗାମୀ ସପ୍ତାହରେ ଫେରି ଆସି ବଲିଉଡକୁ ଗ୍ରାଣ୍ଡ ପାର୍ଟୀ ଦେବାର ଯୋଜନା ରହିଛି। ଏହି ପାର୍ଟୀ ୨୦ ଡିସେମ୍ବରରେ ହେବାର ଯୋଜନା ରହିଛି। ଏପଟେ ପ୍ରିୟଙ୍କା ମଧ୍ୟ ନିଜର ବାକି ଥିବା କାମରେ ବ୍ୟସ୍ତ ଅଛନ୍ତି।

priyanka chopraସେ ସର୍ବପ୍ରଥମେ ସୋନାଲି ବୋସଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’କୁ ପୂରା କରିବେ। ଏକ ଅଜଣା ରୋଗରେ ପିଡିତ ଥିବା ଝିଅ ଉପରେ ଅଧାରିତ ଏହି ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମରେ ଫରହାନ ଅଖତାର ମଧ୍ୟ ଅଛନ୍ତି। ଏହାଛଡା ପ୍ରିୟଙ୍କା ଅଫିସିଆଲ ଭାବରେ ସାଇନ କରି ନଥିଲେ ମଧ୍ୟ କୁହାଯାଉଛି ଯେ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମରେ ସେ କୋଠେବାଲୀ ଚରିତ୍ରରେ ଅଭିନୟ କରିବେ।

You might also like