ବିଲେଇର ଦେଖାଶୁଣା କରି ଲକ୍ଷ ଲକ୍ଷ ଟଙ୍କା ଆୟ କରନ୍ତି ଏହି ଯୁବତୀ
କେବଳ ବିଲେଇଙ୍କ ବିଷୟରେ ଅନଲାଇନ ସର୍ଭେ, ସପିଂ କରି କିଏ କ’ଣ ୨ ଲକ୍ଷ ଟଙ୍କା ରୋଜଗାର କରିପାରେ ? ହୁଏତ ଆପଣ ନା କହିବେ। କିନ୍ତୁ ଏମିତି ରୋଜଗାର କରନ୍ତି ବୋଲି ଆମେରିକାର ଜଣେ ମହିଳା ଦାବି କରିଛନ୍ତି। ୩୩ ବର୍ଷୀୟ ଜେମ୍ମା ୨୦୧୪ରେ ନିଜର ଗେମ୍ ଜବ୍ସ କ୍ରାଫ୍ଟସ ବିଜନେସ ଆରମ୍ଭ କରିଥିଲେ। କିନ୍ତୁ ଏହି ବ୍ୟବସାୟରେ ବେଶି କିଛି ପଇସା ଆୟ କରିପାରିନଥିଲେ। ଏହା ପରେ ଇଣ୍ଟରନେଟରେ ଅଧିକରୁ ଅଧିକ ପଇସା ରୋଜଗାର କରିବା ପାଇଁ ଉପାୟ ଖୋଜିଲେ।
ମହିଳା ଜଣକ କହିଛନ୍ତି, ମୁଁ ଅଧିକ ଆୟ କରିବା ପାଇଁ ଅନେକ ପ୍ରକାର ଉପାୟ ଖୋଜିଥିଲି। ଚାକିରି ସହିତ ଅନ୍ୟ କିଛି କରିବାକୁ ଚାହୁଁଥିଲି। ମୋ ହିସାବରେ ମୋର ପ୍ରତିଦିନର ଆୟ ବହୁତ କମ୍। ଏବେ ଅଧିକାଂଶ ସମୟ ମାର୍କେଟ ରିସର୍ଚ୍ଚ, ସର୍ଭେ, ଇ-କମର୍ସ େଓ୍ଵବସାଇଟରେ ଲିଷ୍ଟିଂ କରିବାର ଭଳି ଜିନିଷ ସର୍ଚ୍ଚ କରୁଛି।
ମୁଁ ଏକୁଟିଆ ରହୁଛି। ମୋର ପ୍ରଡକ୍ଟିଭ, ଆକ୍ଟିଭ ଜିନିଷ ମୋତେ ଭଲ ଅନୁଭୂତି ଦେଉଛି। ମୋତେ ଏହି କାମ ପାଇଁ ମାନସିକ ରୂପେ ଆରାମ ଦେଉଛି। ଫୁଲ ଟାଇମ ଓ୍ଵାର୍କ କରିବା, ପ୍ରତିବନ୍ଧିତ ରହିବା ମୋ ପାଇଁ ଠିକ୍ ନୁହେଁ, ତେଣୁ ମୁଁ ଏପରି କାମ କରିବା ଆରମ୍ଭ କରିଥିଲି।
ଏମିତି କାମ କରି ମୋର ଆତ୍ମବିଶ୍ୱାସ ବଢିଥାଏ । ନିୟମିତ ରୂପେ ନିଜ ତରିକାରେ କାମ କରିବା ମନକୁ ଶାନ୍ତି ଦେଇଛି। ଏହି କାମ କରିବା ଦ୍ୱାରା ବହୁତ ଜିନିଷ ଫ୍ରିରେ ମିଳୁଛି। ଜୁମ୍ କଲ ଜରିଆରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଛି।