ହେଲମେଟ୍ ପିନ୍ଧି ବାଇକରେ ଯାଉଛି କୁକୁର, ଭିଡିଓ ହେଉଛି ଭାଇରାଲ

ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁ ମାନେ ମଧ୍ୟ ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ଯାହାକୁ ଦେଖିଲେ ହୁଏତ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ କେବଳ ମଣିଷ ନୁହେଁ କୁକୁର ମଧ୍ୟ ସଡ଼କଦୁର୍ଘଟଣା ରୋକିବାକୁ ଚେଷ୍ଟା କରୁଛି। ଯାହାପାଇଁ ସେ ଲୋକଙ୍କୁ ସତର୍କ କରିବା ପାଇଁ ଗାଡ଼ିରେ ବସିଛି ହେଲମେଟ ପିନ୍ଧି। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ଜଣେ ବ୍ୟକ୍ତି ବାଇକ୍ ଚଳାଉଥିବାର ନଜର ଆସିଛନ୍ତି, ଯେଉଁଥିରେ କୁକୁରଟି ସେହି ବ୍ୟକ୍ତିଙ୍କ ପଛରେ ବସିଛି ମୁଣ୍ଡରେ ହେଲମେଟ ଲଗାଇ ବସିଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ବାଇକ୍ ଚଳାଉଛନ୍ତି, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କ ସହ କୁକୁର ମଧ୍ୟ ବାଇକରେ ହେଲମେଟ୍ ପିନ୍ଧି ବସିଛି।


ସୋସିଆଲ ମିଡିଆରେ ପ୍ରତିଦିନ କିଛି ଅଜବ ଭିଡିଓ ଦେଖାଯାଏ, ଯାହା ମଧ୍ୟରୁ ଏହି ଭିଡ଼ିଓ ଗୋଟିଏ। ଇଣ୍ଟରନେଟରେ ଆଜିକାଲି ଏଭଳି ଅଦ୍ଭୁତ ଭିଡିଓ ସାମ୍ନାକୁ ଆସିଛି। ତେବେ କିଛି ଲୋକଙ୍କ ପାଇଁ ଏହା ଏକ ବଡ଼ ଶିକ୍ଷା। କାରଣ ଟ୍ରାଫିକ ନିୟମ ଏତେ ଷ୍ଟ୍ରିକ୍ଟ ହେବା ପରେ ମଧ୍ୟ କିଛି ଏହାକୁ ମାନୁ ନାହାଁନ୍ତି। ସେହିଭଳି ଲୋକଙ୍କ ପାଇଁ ଏହା ଏକ ବଡ଼ ଉଦାହରଣ। ଏହି ଭିଡ଼ିଓକୁ ଦେଖି ଅନେକ ଲୋକ ଖୁସି ହୋଇଯାଇଛନ୍ତି।ଭିଡିଓରେ, କୁକିରଟି ମଧ୍ୟ ସମାଜକୁ ଏକ ଉପାୟରେ ବାର୍ତ୍ତା ଦେଉଛି ବୋଲି ଦେଖିବା ଲୋକେ କହିଛନ୍ତି। ଏହି କଳା ରଙ୍ଗର କୁକୁରକୁ ଇଣ୍ଟରନେଟରେ ଅଧିକ ମାତ୍ରାରେ ଦେଖା ଯାଇଛି।

ସେ ବ୍ୟକ୍ତିଙ୍କ କାନ୍ଧରେ ହାତ ଦେଇ ଅତି ସୁନ୍ଦର ଭାବରେ ବସିଛି। ଯଦି ଆପଣ ଏହି ପ୍ରଥମ ଦୃଶ୍ୟକୁ ଦେଖିବେ, ଅନୁଭବ କରିବ ଯେ ଜଣେ ପୁରୁଷଙ୍କ ପଛରେ ଜଣେ ମହିଳା ହେଲମେଟ ପିନ୍ଧି ବାଇକରେ ବସିଛନ୍ତି। ତେବେ ଲୋକ ଏହାକୁ ଦେଖି ଅନେକ କମେଣ୍ଟ ଦେଇଛନ୍ତି। ଏହି ଜବରଦସ୍ତ ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଥିଲେ କ୍ୟୁଟ। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ ମଣିଷକୁ ଏହି କୁକୁରଠାରୁ ଶିଖିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.