ଏମିତି ଲଗାନ୍ତୁ ତିଳକ : ତିଳକ ଲଗାଇବା ପାଇଁ ଠିକ୍‌ ଅଙ୍ଗୁଳିର କରନ୍ତୁ ବ୍ୟବହାର, ନଚେତ ହୋଇପାରେ କ୍ଷତି

ହିନ୍ଦୁ ଧର୍ମରେ ଦେବୀ-ଦେବତାଙ୍କୁ ପୂଜା କଲା ବେଳେ ତିଳକ ବା ଟିକା ଲଗାଇବା ବହୁତ ମହତ୍ୱ ହୋଇଥାଏ । ମାନ୍ୟତା ରହିଛି କି ବିନା ତିଳକରେ କୌଣସି ବି ପୂଜା ଅଧୂରା ହୋଇଥାଏ । ତେଣୁ ପୂଜା ବେଳେ ମଥାରେ ଜରୁର ଟିକା ଲଗାଇବା ଉଚିତ୍‌ । ଏମିତି କରିବା ଦ୍ୱାରା ଇଶ୍ୱରଙ୍କ କୃପା ଆମ ଉପରେ ରହିଥାଏ । କୁହାଯାଏ ମଥାରେ ଅଲଗା ଅଲଗା ଅଙ୍ଗୁଳିରେ ଟିକା ଲଗାଇବା ଦ୍ୱାରା ଅଲଗା ପ୍ରଭାବ ବି ପଡ଼ିଥାଏ । ଆସନ୍ତୁ ଜାଣିବା କେଉଁ ଆଙ୍ଗୁଳିରେ ଟିକା ଲଗାଇବା ଦ୍ୱାରା କ’ଣ ହୋଇଥାଏ ଫାଇଦା ଓ ଟିକା ଲଗାଇବାର ନିୟମ ।

ତିଳକ ସହି ଜଡ଼ିତ କିଛି ନିୟମ ଓ ଖାସ କଥା

ଟିକା ବା ତିଳକ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଲଗାଇବା ଦରକାର ।

.  ଟିକା ସର୍ବଦା ଲଲାଟ ବିନ୍ଦୁ ବା ଭ୍ରୁଲତା ମଝି ଭାଗରେ ଲଗାଇବା ଦରକାର ।

ଶାସ୍ତ୍ର ଅନୁସାରେ କନିଷ୍ଠା ଅଙ୍ଗୁଳିରେ କେବେ ଟିକା ଲଗାଇବା ଉଚିତ ନୁହେଁ ।

ସର୍ବଦା ଅନାମିକା ଅଙ୍ଗୁଳିରେ ଟିକା ବା ତିଳକ ଲଗାଇବା ଉଚିତ୍‌ । ଏହାଦ୍ୱାରା ପ୍ରବଳ ମାନସିକ ଶକ୍ତି ସୃଷ୍ଟି ହୋଇଥାଏ ।

.  ହିନ୍ଦୁ ଧର୍ମ ଅନୁସାରେ ମଧ୍ୟମ ଅଙ୍ଗୁଳିରେ ଶନି ଗ୍ରହ ରହିଥାନ୍ତି । ଶନି ଗ୍ରହ ସଫଳତାର ପ୍ରତୀକ ହୋଇଥାନ୍ତି । ତେଣୁ ଏହି ଆଙ୍ଗୁଳିରେ ତିଳକ ଲଗାଇବା ଦ୍ୱାରା ସଫଳତା ମିଳିଥାଏ ।

ବୃଦ୍ଧ ବା ବୁଢ଼ା ଅଙ୍ଗୁଳିରେ ତିଳକ ଲଗାଇବା ଦ୍ୱାରା ଧନ ସମ୍ପତ୍ତିରେ ବୃଦ୍ଧି ଘଟିଥାଏ ଓ ସ୍ୱାସ୍ଥ୍ୟ ଭଲ ରିହଥାଏ କାରଣ ଏହି ଅଙ୍ଗୁଳିରେ ଶୁକ୍ର ଗ୍ରହ ରହିଥାନ୍ତି ।

.  କୁହାଯାଏ ଯଦି ଘରେ କେହି ରୋଗରେ ପଡ଼ିଥାନ୍ତି ତେବେ ତାଙ୍କୁ ଚନ୍ଦନର ଟିକା ବୃଦ୍ଧ ଅଙ୍ଗୁଳିରେ ମଥାରେ ଲଗାନ୍ତୁ । ସେ ଶୀଘ୍ର ଠିକ୍‌ ହୋଇଯିବେ ।

ମୃତ୍ୟୁ ପରେ ଯଦି କାହାର ମଥାରେ ବୃଦ୍ଧ ଅଙ୍ଗୁଳିରେ ଟିକା ଲଗାଯାଏ, ତେବେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.