ମସିନ ଦ୍ବାରା ପିଲା ଜନ୍ମ, ନୂଆଁ ଆବିଷ୍କାରକୁ ନେଇ ବହୁ ନକଟତର ଆମ ବୈଜ୍ଞାନିକ

ବର୍ତ୍ତମାନ ସମୟରେ ବିଜ୍ଞାନର ଗତିକୁ ନେଇ ସମସ୍ତେ ବିସ୍ମିତ । କାରଣ ଦିନକୁ ଦିନ ବିଜ୍ଞାନର ଆବିର୍ଭାବ, ଆବିଷ୍କାର ଏଭଳି କିଛି ନୂଆ ଆଣୁଛି ଯାହା ବୁଝିବାର ବାହାରେ । ଏହାରି ଭିତରେ ବିଭିନ୍ନ ପ୍ରକାର ଟେକନିକ ମଣିଷ ଜୀବନକୁ ସହଜ ସରଳ କରିପାରିଛି । ଖାଲି ସହଜ କହିଲେ ଚଳିବନି । ଅନେକ ପ୍ରକାର ବଡ ସମସାର ସମାଧାନ କରୁଛି ଏ ବିଜ୍ଞାନ । ବର୍ତ୍ତମାନ ବିଜ୍ଞାନ ଯୁଗରେ ବିଜ୍ଞାନ ପିଲା ଦୁନିଆ ଦେଖିବେ । ମାନେ ବିଜ୍ଞାନ ମସିନ ଦ୍ବାରା ଭ୍ରୁଣର ବିକାଶ କରିବ । ଆଶ୍ଚର୍ଯ ହୁଅନ୍ତୁନି । ଆଶ୍ଚର୍ଯ ହେବା ଭଳି ଆଗକୁ ଆହୁରି କିଛି କଥା ଶୁଣିବେ ଆପଣ ।

ଅନେକ ଦିନ ହେବ ଆମେରିକାରେ ଏକ ଯୁକ୍ତି ଚାଲିଛି କି ମହିଳାଙ୍କୁ ଗର୍ଭପାତର ଅଧିକାର ଦିଆଯିବା ଉଚିତ କି । ଆଉ ଏହା ଭିତରେ ବିଜ୍ଞାନ ଜଗତ ଏଭଳି କିଛି ପ୍ରୟାସ କରୁଛି ଯାହା ବେଶ ଆଶ୍ଚର୍ଯଜନକ । ବର୍ତ୍ତମାନ ବିଜ୍ଞାନ ଯେତେ ଆଗକୁ ଯାଉଛି ଏସବୁ ଭିତରେ ନୂଆଁ ନୁଆଁ ଆବିଷ୍କାର ଆହୁରି ଆଗକୁ ଯିବାକୁ ପ୍ରେରଣା ଦେଉଛି । ଏହା ଭିତରେ ଏକ ବଡ ପ୍ରୟାସ ଚାଲିଛି । ଯାହାକୁ କୁହାଯାଉଛି କୁତ୍ରିମ ଗର୍ଭାଶୟ । ଯେଉଁଥିରେ ଭ୍ରୁଣ ମାଆର ଗର୍ଭ ବାହାରେ ହିଁ ଶିଶୁ ବିକଶିତ ହେବ । କୁହାଯାଉଛି କି ଏହି ନୂଆଁ ଆବିଷ୍କାରକୁ ନେଇ ବହୁ ନକଟତର ଆମ ବୈଜ୍ଞାନିକ । କଣ ସତରେ ମହିଳା ଏବେ ଗର୍ଭବତୀ ହେବା ଆବଶକ ପଡିବନି । କଣ କୁତ୍ରିମ ଗର୍ଭ ଦ୍ବାରା ଏକା ସହ ସମସ୍ତ ସମସାର ସମାଧାନ ହୋଇପାରିବ ।

ପ୍ରକ୍ତ କଥା ହେଉଛି ବର୍ତ୍ତମାନ ସମୟରେ ମହିଳାଙ୍କ ପାଇଁ ପିଲା ଜନ୍ମ ଦେବା ପ୍ରକ୍ରିୟା କଷ୍ଟକର ହେଲାଣି । ଏମିତିକି ଅନେକ ଥର ଦେଖାଯାଇଛି କି ପିଲା ଠିକ ସମୟରେ ନହୋଇ ସମୟ ପୂର୍ବରୁ ଜନ୍ମ ହେଉଛନ୍ତି । ଫଳରେ ମହିଳା ଓ ପିଲାର ସ୍ବାସ୍ଥ ବିଗିଡିବା ସହ କମଜୋରି ଦେଖାଯାଉଛି । ସମୟ ପୂର୍ବରୁ ଇନକୁବେଟରରେ ପିଲାଙ୍କୁ ରଖିବାକୁ ପଡୁଛି । ସେମାନଙ୍କର ଅନେକ ଅଙ୍ଗ ଭଲଭାବରେ ବିକଶିତ ହୋଇପାରୁନି । ଏଥିରେ ଖାସକରି ଫୁସଫୁସ କଥା କହିପାରିବା । ଯାହାଦ୍ବାରା ନିଶ୍ବାସ ନେବାରେ ସମସ୍ବା ଉପୁଜୁଛି ।

ବୈଜ୍ଞାନିକଙ୍କର ମାନିବା କଥା କି ଅନ ଗର୍ଭକୁ ସମାଜରେ ଗ୍ରହଣ କରାଗଲାଣି । ଏହି ଟେକନିକ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କୁ ସନ୍ତାନ ସୁଖ ମିଳିପାରୁଛି । ଯାହା ପ୍ରଥମେ କୌଣସି ସମସା ପାଇଁ ମିଳିପାରୁନଥିଲା । କୁତ୍ରିମ ଗର୍ଭ ପ୍ରିମାଚୁର ବେବିଙ୍କ ପାଇଁ ଜୀବନ ବଞ୍ଚାଇବାର ଏକ ବଡ ସମାଧାନର ବାଟ । ଏହାଦ୍ବାରା ଅନେକ ଦମ୍ପତ୍ତିଙ୍କୁ ମାତା ପିତା ହେବାର ସୌଭାଗ ମିଳିପାରିବ । ଏବଂ ସେମାନେ ଅନ ପ୍ରକ୍ରିୟାରେ ପିଲାଟିକୁ ନିଜ ଜୀବନକୁ ଆଣିବାର ସମସାରୁ ମୁକ୍ତି ପାଇପାରିବେ ।

ଏହି ଟେକନିକରେ ଏକ କୁତ୍ରିମ ବାତାବରଣ କରାଯିବ ଯାହା ବିଲକୁଲ ମାଆ ଗର୍ଭ ସହ ସମାନ ହେବ । କିନ୍ତୁ ସେହି ବାତାବରଣ ପୁରା ସେମିତି ହେବ ଯିଏ ସାମନ ଗର୍ଭବତୀର ଗର୍ଭର ହୋଇଥାଏ । ଏହି ବାତାବରଣର ନିୟନ୍ତ୍ରଣ ମସିନ ଦ୍ବାରା ହେବ । ଯେଉଁଥିରେ ଏହି କୁତ୍ରିମ ଗର୍ଭର ତାପମାନ ମଧ୍ୟ ସାମିଲ ହେବ । ଏହି ଟେକନିକ ଦ୍ବାରା ଏକ ବଡ ଫାଇଦା ଏଇଆ ହେବ କି ପିଲା ଜନ୍ମ ସମୟରେ ଡାକ୍ତରଙ୍କୁ ପିଲା ଓ ମାଆର ସୁରକ୍ଷିତ ଦିଗକୁ ନେଇ ଚିନ୍ତା କରିବାର ଚାପ ଦୂର ହୋଇପାରିବ ।

ଏମିତିରେ କୁତ୍ରିମ ଗର୍ଭରେ ରଖି ଏହି ପିଲାଙ୍କୁ ବଞ୍ଚାଇବା ସହଜ ହୋଇପାରେ । ବର୍ତ୍ତମାନ ହେଟା ଉପରେ ଏହି ପ୍ରୟୋଗ ସଫଳ ହୋଇଛି । କିନ୍ତୁ ବୈଜ୍ଞାନିକଙ୍କର କହିବା କଥା କି ସେମାନଙ୍କୁ ମାନବ ଉପରେ ପ୍ରୟୋଗ କରିବାକୁ ବର୍ତ୍ତମାନ ଅତି କମରେ ଦଶ ବର୍ଷର ସମୟ ଲାଗିବ । ଏହା ପୂର୍ବରୁ ବୈଜ୍ଞାନିକ ମୂଷାର ଭ୍ରୁଣକୁ କୁତ୍ରିମ ଗର୍ଭରେ ୧୧ଦିନ ଯାଏଁ ସଫଳତାପୂର୍ବକ ପାଳି ସାରିଛନ୍ତି ।

ପଶୁଙ୍କ ଉପରେ ପ୍ରୟୋଗ କରିବାର ଏକ କାରଣ ଏଇଆ କି ମଣିଷଙ୍କ ଗର୍ଭରେ ଭ୍ରୁଣ ଓ ଶିଶୁ ବୃଦ୍ଧର ଅବଲୋକନ ସମ୍ଭବ ନୁହେଁ । ଏମିତିରେ ଅଲଗା ଅଲଗା ସୋପାନରେ ଭ୍ରୁଣର ସୋନୋଗ୍ରାଫି ଓ ଅନାନ ଟେକନିକ ସାହାଯରେ ପିଲାଙ୍କ ବିକାଶକୁ ବୁଝିବାକୁ କାଫି ସାହାଯ ମିଳୁଛି । କିନ୍ତୁ କୁତ୍ରିମ ଗର୍ଭ ଓ ଗର୍ଭାଶୟ ପାଇଁ ଏହା କାଫି ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.