ଭୁବନେଶ୍ବର (କେନ୍ୟୁଜ୍) : ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ହେବା ସହ ଓ ସ୍ୱତନ୍ତ୍ର ଅତିଥି ଆସିବାର କାର୍ୟ୍ୟକ୍ରମ ରହିଛି । ପୋଲିସ ବିଭାଗକୁ ଅଧିକ ସଜାଗ କରାଯାଇଛି । ସେପଟେ କମିଶନରେଟ ପୋଲିସର ସରକ୍ଷା ବ୍ୟବସ୍ଥାକୁ ୧୦ରୁ ଅଧିକ ହକି ଟିମ୍ ପ୍ରଶଂସା କରିଛନ୍ତି ।
Prev Post