ରାଫେଲ ଡ଼ିଲ୍ : ଅନିୟମିତତା ପ୍ରମାଣ ନାହିଁ , ଅଫସେଟ୍ ପାର୍ଟନର ନିଷ୍ପତ୍ତିରେ ତ୍ରୁଟି ନାହିଁ

ନୂଆଦିଲ୍ଲୀ : ରାଫେଲ ଡିଲ୍ ପ୍ରସଙ୍ଗରେ ଏଜି ଏବଂ ସିଏଜିଙ୍କୁ ସମନ କରାଯାଉ । ପବ୍ଲିକ ଆକାଣ୍ଟସ କମିଟି ଚଇଉର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିବେ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ । ସରକାର ସୁପ୍ରିମକୋର୍ଟରେ ତଥ୍ୟ ଦେଇଥିଲେ, ରାଫେଲ ପ୍ରସଙ୍ଗରେ ସିଏଜି, ପିଏସିକୁ ରିପୋର୍ଟ ଦେଇଥିଲେ । ପିଏସି ତାର ଅନୁଧ୍ୟାନ ମଧ୍ୟ କରିଥିଲା । କିନ୍ତୁ ପିଏସି ଅଧ୍ୟକ୍ଷ, ରିପୋର୍ଟ କଥାକୁ ଖଣ୍ଡନ କରିଛନ୍ତି । ଯାହା ରାଫେଲ ଡିଲ୍ ବିବାଦକୁ ଅଧିକ ରହସ୍ୟମୟ କରି ଦେଇଛି।

ରାଫେଲ ଡିଲରେ ଅନିୟମିତତା ନେଇ କୌଣସି ପ୍ରମାଣ ନାହିଁ। ଅଫସେଟ୍ ପାର୍ଟନର ନିଷ୍ପତ୍ତିରେ ମଧ୍ୟ ତ୍ରୁଟି ନାହିଁ। ଏହାକୁ ଦୃଷ୍ଟିରେ ରଖି ତଦନ୍ତ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଅନ୍ୟତମ ଆଧାର ଥିଲା ସରକାର ଦାଖଲ କରିଥିବା ତଥ୍ୟ। ଯେଉଁଥିରେ କୁହଯାଇଥିଲା, ଡିଲ୍କୁ ନେଇ ସିଏଜି ପିଏସି ରିପୋର୍ଟ ଦେଇଥିଲା। ରିପୋର୍ଟର ଅନୁଧ୍ୟାନ କରିଥିଲା ପିଏସି। କିନ୍ତୁ, ପିଏସି ଅଧ୍ୟକ୍ଷ ଥିବା ମଲିକାର୍ଜୁନ ଖର୍ଗେ କହୁଛନ୍ତି, ଏପରି ରିପୋର୍ଟ କିଛି ଆସି ନାହିଁ। ଏ ପ୍ରସଙ୍ଗରେ ଏଜି ଓ ସିଏଜିଙ୍କୁ ମଧ୍ୟ ସମନ କରିବାକୁ ପିଏସିର ସଦସ୍ୟଙ୍କୁ ଅନୁରୋଧ କରିବେ କମିଟି ଅଧ୍ୟକ୍ଷ।

raffel 2

ସେପଟେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରେ କ୍ଲିନ୍ ଚିଟ୍ ମିଳିବା ପରେ, କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ମାଗୁଛି ବିଜେପି। ଏବେ ଦଳ କ୍ଷମା ଦାବିରେ ରାସ୍ତାକୁ ମଧ୍ୟ ଓହ୍ଲାଇଲାଣି। ସେପଟେ କଂଗ୍ରେସର ପ୍ରଶ୍ନ, ସୁପ୍ରିମକୋର୍ଟ କେଉଁଠି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ରାଫେଲ ରାୟ ଆସି ସାରିଛି କିନ୍ତୁ ସେହି ରାୟର ଆଧାର, ରାଫେଲ ଡିଲକୁ ଅଧିକ ବିବାଦୀୟ ଓ ରହସ୍ୟମୟ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.