ହକି ବିଶ୍ୱ କପ୍‌ରେ ଆଙ୍କର ମାନସୀ ମିଶ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍କଳ ବିଶ୍ୱବିଦ୍ୟାଳୟର ଗୋଲଡ୍‌ ମେଡାଲିଷ୍ଟ ମାନସୀ ମିଶ୍ର ତୁଲାଉଛନ୍ତି ହକି ବିଶ୍ୱ କପ୍‌ରେ ଆଙ୍କର ଭୂମିକା । ଫ୍ୟାନ୍‌ ଭିଲେଜରେ ଦର୍ଶକଙ୍କ ଆକର୍ଷଣ ପାଲଟିଛନ୍ତି ମାନସୀ ସେ ଆସୁଥିବା ଅତିଥିମାନଙ୍କୁ ସେ ଦିନର ଖେଳ ସମ୍ପର୍କରେ ଓ ସମ୍ପୂର୍ଣ୍ଣ ବିଶ୍ୱ କପ୍‌ର ଆୟୋଜନ ସମ୍ପର୍କରେ ବୁଝାଇ କହିଥାନ୍ତି । ତାଙ୍କର ଉପସ୍ଥପନା ଶୈଳୀକୁ ବେଶ୍‌ ପସନ୍ଦ କରିଛନ୍ତି ସମସ୍ତେ ।
ମାନସୀଙ୍କ ଘର କଟକରେ । ଗତ ୯ ବର୍ଷ ହେଲା ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଇଭେଣ୍ଟରେ ଆଙ୍କରିଂ କରି ଆସୁଛନ୍ତି । ତେବେ ହକି ବିଶ୍ୱ କପ୍‌ ଭଳି ଏକ ମେଗା ଇଭେଣ୍ଟ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର ଅନୁଭୂତି ବୋଲି ମାନସୀ କୁହନ୍ତି । କେବଳ ରାଜ୍ୟ ଭିତରୁ ନୁହନ୍ତି ବିଦେଶାଗତ ଅତିଥିଙ୍କୁ ମଧ୍ୟ ନିଜ କଥା କହିବା ଭଙ୍ଗୀରେ ଆପଣେଇ ନେଇଥିଲେ ।

ANCHORପକେଟ୍‌ ମନି ଯୋଗାଡ଼ କରିବାକୁ ଦିନେ ବାହାରିଥିଲେ ମାନସୀ । କଲେଜରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଆଙ୍କରିଂ କଲେ । ତା ପରେ ଏଇ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ତାଙ୍କୁ ନାଁ ଓ ସଫଳତା ଆଣି ଦେଲା । ସେ ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ସାଜିଲେ ଆଙ୍କର । ଏପଯ୍ୟର୍ନ୍ତ ପ୍ରାୟ ହଜାରେରୁ ଅଧିକ ଇଭେଣ୍ଟରେ ଆଙ୍କରିଂ କରି ସାରିଲେଣି । ତେବେ ଭଲ ଚେହେରା ଥିବା ସତ୍ତ୍ୱେ ସେ ଓଲିଉଡ୍‌ରେ ପାଦ ଥାପିବାକୁ ଆଗ୍ରହୀ ନୁହନ୍ତି । ଏଇ ଆଙ୍କରିଂ କ୍ଷେତ୍ର ତାଙ୍କୁ ଖୁବ୍‌ ଭଲ ଲାଗୁଛି ଓ ସେ ଏନଜଏ କରୁଛନ୍ତି ବୋଲି କହିଛନ୍ତି ।
ଭିନ୍ନ ଭିନ୍ନ କ୍ଷେତ୍ରର ଲୋକଙ୍କ ସହ ମିଶିବା ଏବଂ ସେ ବିଷୟରେ ଜାଣିବାର ଆଗ୍ରହ ତାଙ୍କୁ ଆଙ୍କରିଂ କ୍ଷେତ୍ରରେ ପ୍ରତିଷ୍ଠିତ କରାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.