Below header

ସକାଳୁ ବାସି ମୁହଁରେ ଭୁଲରେ ବି ପିଅନ୍ତୁନି ଏହି ପାଣି, ଜାଣନ୍ତୁ ଖାଲି ପେଟରେ କି ପାଣି ପିଇବା ଶରୀରକୁ ଦିଏ ଆଶ୍ଚର୍ଯ୍ୟଜନକ ଫାଇଦା

ପ୍ରାୟତଃ ଏକ୍ସପର୍ଟମାନେ ଖାଲି ପେଟରେ ସେ ସବୁ ଜିନିଷକୁ ଖାଇବାକୁ ପରାମର୍ଶ ଦେଇଥାନ୍ତି, ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ଓ ବିିଭିନ୍ନ ସମସ୍ୟା ଦୂର କରିଥାଏ। ଏଣୁ ଅଧିକାଂଶ ଲୋକ ଖାଲି ପେଟରେ ଅମୁହଁ ଧୁଆ ସକାଳୁ ଉଠି ତମ୍ବା ପାତ୍ରର ପାଣି ସେବନ କରିଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଶରୀର ପାଇଁ କେବଳ ତମ୍ବା ପାତ୍ର ପାଣି ନୁହେଁ, ବରଂ ମାଟି ପାତ୍ରର ପାଣି ବି ଭଲ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ବାସି ମୁହଁରେ କେଉଁ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ, ସେ ବିଷୟରେ…

ଡାକ୍ତରଙ୍କ କହିବାନୁସାରେ, ବାସି ମୁହଁରେ ଫ୍ରିଜ୍‌ ପାଣି ପିଇବା ଆଦୌ ଉଚିତ୍‌ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସକାଳୁ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ଲାଭ ବଦଳରେ କ୍ଷତି ହୁଏ। ଥଣ୍ଡା ପାଣି ପିଇବା ଫଳରେ ପେଟ ସହ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ। ଏଥିସହ ଥଣ୍ଡା ପାଣି ଯୋଗୁ ପେଟ ଭିତର ଅନ୍ତଃନଳୀ ବି ସିଝିଯାଏ। ଥଣ୍ଡା ପାଣି ପିଇବା ଦ୍ୱାରା କୋଷ୍ଠ କାଠିନ୍ୟ ଓ ପାଚନ ସମସ୍ୟା ଦେଖାଯାଏ। ଏଣୁ କେବେ ବି ସକାଳୁ ଉଠି ଥଣ୍ଡା ପାଣି ପିଅନ୍ତୁ ନାହିଁ।

ଖାଲି ପେଟରେ କି ପାଣି ପିଇବା ଉଚିତ୍‌ ?

ସକାଳୁ ଉଠି ଖାଲି ପେଟରେ ମାଟି ପାତ୍ରର ପାଣି ପିଇଲେ ଶରୀର ହାଇଡ୍ରେଟ୍‌ ରହିବା ସହ ତାପମାତ୍ରା ମଧ୍ୟ ନିୟନ୍ତ୍ରିତ ରହେ। ମାଟି ପାତ୍ର ପାଣି ଶରୀରର ବର୍ଦ୍ଧିତ ତାପମାତ୍ରାକୁ କମାଇବାରେ ସାହାଯ୍ୟ କରେ। ମାଠିଆ ପାଣି ଶରୀରକୁ ଥଣ୍ଡା ରଖିବା ସହ ଶରୀରରେ ଜମା ଥିବା ବିଷାକ୍ତ ପଦାର୍ଥକୁ ନିଷ୍କାସିତ କରିଥାଏ। ଏଥିସହ ମାଠିଆ ପାଣି ପିଇବା ଦ୍ୱାରା ଶରୀରରେ ପିତ୍ତ ସନ୍ତୁଳିତ ରହେ ଓ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ। ଏଣୁ ଖାଲି ପେଟରେ ବାସି ମୁହଁରେ ମାଠିଆ ବା ମାଟି ପାତ୍ର ପାଣି ପିଇବାକୁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି।

Also Read: ଗରୁଡ଼ ପୁରାଣ: ପରିବାରରେ କାହାର ମୃତ୍ୟୁ ଘଟିଲେ ନିଶ୍ଚୟ ମାନନ୍ତୁ ଏସବୁ ନିୟମ, ନଚେତ୍‌ କଷ୍ଟ ପାଇବେ ଆତ୍ମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.