ବିଷାକ୍ତ କ୍ଲୋରିନ୍‌ ଗ୍ୟାସ୍‌ ନେଇ ଯାଉଥିବା ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ! ଆଖି ବୁଜିଲେ ୧୨ ଶ୍ରମିକ; ଘରେ ରହିବାକୁ ଅପିଲ୍‌ କଲେ ସରକାର

ଜୋର୍ଡାନର ଅକାବା ବନ୍ଦରରେ ଏକ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ପରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୫୧ ଜଣ ଲୋକ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଖବର ମୁତାବକ, ସୋମବାର ବିଳମ୍ବିତ ରାତିରେ ଅକାବା ବନ୍ଦରରେ ଏକ ଟ୍ୟାଙ୍କର କ୍ଲୋରିନ୍‌ ଗ୍ୟାସ୍‌ ନେଇ ଯାଉଥିଲା। କ୍ରେନ୍‌ ପାଖାପାଖି ପହଞ୍ଚିବା କ୍ଷଣି ହଠାତ୍‌ ଏଥିରେ ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ପରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏତେତେଣେ ଦୌଡ଼ିଥିଲେ।

ବର୍ତ୍ତମାନ ଏହି ଘଟଣାକୁ ନେଇ ଦେଶର ସରକାର ଲୋକଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଘରେ ରହିବାକୁ ଅପିଲ୍‌ କରିଛନ୍ତି। ଯଦି ସମସ୍ୟା ଅଧିକ ହେବ, ତା’ ହେଲେ ଘରର କବାଟ, ଝରକା ଆଦିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅକାବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ଅନେକ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ରିପୋର୍ଟ ମୁତାବକ, ଯେତେବେଳେ ଗ୍ୟାସ୍‌ ସିଲିଣ୍ଡଗୁଡ଼ିକୁ ଜାହାଜ ଉପରେ ଲୋଡ୍‌ କରାଯାଉଥିଲା, ସେହି ସମୟରେ କର୍ମଚାରୀମାନଙ୍କ ଭୁଲ୍‌ ଯୋଗୁ ଏପରି ଦୁର୍ଘଟଣା ଘଟିଥିଲା। ବିସ୍ଫୋରଣ ପରେ ସିଲିଣ୍ଡରଗୁଡ଼ିକ ତଳେ ବିଛାଡ଼ି ହୋଇ ପଡ଼ିଥିଲା। ସେହି ସମୟରେ ବନ୍ଦରରେ ପାଖାପାଖି ୨୫ ଟନ କ୍ଲୋରିନ୍‌ ଗ୍ୟାସ୍‌ ଷ୍ଟୋର୍‌ ଥିଲା।

Leave A Reply

Your email address will not be published.