ପ୍ରେଗ୍ନେନ୍ସି ସମୟରେ ଏହି ଖାସ ଡ୍ରେସ ପିନ୍ଧି ଖୁବ ଗ୍ଲୋ କରୁଛନ୍ତି ଆଲିୟା ଭଟ୍ଟ, ଥରେ ଦେଖନ୍ତୁ ତ

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବର୍ତ୍ତମାନ ସମୟରେ ନିଜ ପ୍ରଥମ ପ୍ରେଜେନ୍ସିକୁ ଖୁବ ଏଞ୍ଜୟ କରୁଥିବା ନଜର ଆସୁଛନ୍ତି  । ଏବେ ଏହି ଅଭିନେତ୍ରୀ ଜଣଙ୍କ ବିଭିନ୍ନ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ନିଜ ସଦ୍ୟ ଫଟୋ ମାନ ସେୟାର କରୁଥିବା ନଜର ଆସିଛନ୍ତି  । ଏହି ଫଟୋ ଗୁଡିକରେ ଆପଣ ଦେଖିପାରିବେ ଅଳିଆ ଏମିତି ଡ୍ରେସ ପିନ୍ଧିଛନ୍ତି ଯାହାଦ୍ୱାରା ତାଙ୍କ ଚମକ ଅନେକ ଗୁଣା ବଢିଯାଉଛି  । କାନରେ ଇୟରବଡ଼ସ ଲଗାଇ ଆରାମ କରୁଥିବା ଆଲିୟା ଫଟୋ ସବୁ ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି ସେସବୁଥିରୁ ଫ୍ୟାନ୍ସ ମାନଙ୍କ ନଜର ହଟୁନାହିଁ ଯେମିତି  ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଏହା ସହ ଆଲିୟା ଭଟ ଖୋଲାରେ ସ୍ୱାମୀ ରଣବୀର କପୁର ଫିଲ୍ମ “ଶମସେରା”ର ପ୍ରମୋସନ କରୁଥିବା ଦେଖାଦେଉଛନ୍ତି  । ଆଉ ସବୁଠାରୁ ଖାସ କଥା ହେଉଛିକି ଆଲିଆ ଏକ ଟି ସାର୍ଟ ପିନ୍ଧିଛନ୍ତି ଆଉ ଅନ୍ୟ ଦିନ ଅପେକ୍ଷା ଟିକେ ଭିନ୍ନ ଦେଖାଯାଉଛନ୍ତି  । ଏହି ଫଟୋରେ ଆଲିୟା ଏକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି  । ଯେଉଁଥିରେ ଏମ୍ବ୍ଡଡ଼ରିରେ “କପୁର” ଲେଖାଯାଇଥିବା ନଜର ଆସିଛି  । ଫୋଟୋ ସେୟାର କରିବା ସହିତ ସେ ଶମସେରା ରିଲିଜ ତାରିଖକୁ “କପୁର ଦିବସ” ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ଏହାର କ୍ୟାପ୍ସନରେ ଆଲିୟା ଲେଖିଛନ୍ତି- ” ଏହା ହେଉଛି କପୁର ଦିବସ. ଶମସେରା ଏବେ ସବୁ ସିନେମା ଘରେ ଚାଲିଛି, ଯାଆନ୍ତୁ ଓ ଦେଖନ୍ତୁ.’ ଏହି କପୁର ଖାନଦାନର ଟି-ସାର୍ଟ ପିନ୍ଧି ଆଲିୟାଙ୍କ ମୁହଁର ଚମକ ବଢିଯାଇଛି  । ଆଲିୟାଙ୍କ ଫଟୋ ଗୁଡିକୁ ସେୟାରା କରି ଫ୍ୟାନ୍ସ ମାନେ ଏହା ଉପରେ ଭରପୁର ଲାଇକ୍ସ କରିବା ଆରମ୍ଭ କରିଦେଇଛନ୍ତି  ।

ଫୋଟୋ ଉପରେ ଏବେ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଥର ଲାଇକ କରାଯାଇ ସରିଲାଣି  । ଆଲିୟାଙ୍କ ମା’ ସୋନି ରାଜଦାନ ଏହି ଫଟୋ ଗୁଡିକ ଉପରେ କମେଣ୍ଟ ଦେଇଛନ୍ତି  । ସୋନି ଲେଖିଛନ୍ତିକି- ” କଣ ଫିଲ୍ମ ହୋଇଛି  । ଏହାକୁ ଜମା ବି ମିସ କରନ୍ତୁ ନାହିଁ “କହିରଖିବା ଉଚିତ ହେବକି, କରଣ ମାଲହୋତ୍ରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଲିଡ଼ ରୋଲରେ ନଜର ଆସୁଛନ୍ତି  । ଆଉ ଡବଲ ରୋଲରେ ନଜର ଆସିବାକୁ ଯାଉଛନ୍ତି ରଣବୀର  । ଫିଲ୍ମରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ବାଣୀ କପୁର ବି ମୁଖ୍ୟ ଭୂମିକା ନିଭେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.