ଭୁବନେଶ୍ୱର(କେନ୍ୟୁଜ୍): ଆଜି ବି ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୧୦୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୯୭ ଓ ଲୋକାଲ କଣ୍ଟାକ୍ଟ କେସ୍ ୪୨୩ ପଜିଟିଭ ଅଛନ୍ତି । ୧୮ ବର୍ଷ ଭିତରେ ୧୯୫ ଜଣ ସଂକ୍ରମିତ ହୋଇଛନ୍ତି ।
ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧାରୁ ୧୫୮, ସମ୍ବଲପୁରରୁ ୮୮, ମୟୂରଭଞ୍ଜରୁ ୭୧ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ କୋଭିଡ୍ ଆକ୍ଟିଭ୍ କେସ ୬ ହଜାର ୭୮୭କୁ ବୃଦ୍ଧି ପାଇଛି ।