ତାଳଚେର(କେନ୍ୟୁଜ୍): ତାଳଚେର ସ୍କଟଲାଣ୍ଡପୁର ଠାରେ NTPCର କୋଇଲା ବୋଝେଇ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତାଳଚେର ସଇନାଳି ଗ୍ରାମର ପ୍ରବୀଣ ଭୋଇ । ମୃତ ଦେହକୁ ଗ୍ରାମବାସୀ NTPC ର ଟ୍ରେନ ଲାଇନ ଉପରେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ତେବେ ଏହା ଏକ ଆତ୍ମହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ତାଳଚେର ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି । କ୍ଷତିପୂରଣ ଦାବିରେ NTPCର କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।