ମୋବାଇଲ ଫୋନ୍ ଚୋରି କରି ଫସିଲେ କୋରିଅର ଡେଲିଭରି ଡଟକମର ପରିଚାଳକ ଓ ଡେଲିଭରି ବୟ

ବାରିପଦା (କେନ୍ୟୁଜ୍) : ଅନଲାଇନରେ ଆସୁଥିବା ସାମଗ୍ରୀ ଚୋରି କରି ଦୁଇ ଜଣ କୋରିଅର କର୍ମଚାରୀ ଗିରଫ। ମୋବାଇଲ ଫୋନ୍ ଚୋରି କରି ଫସିଲେ କୋରିଅର ଡେଲିଭରି ଡଟକମର ପରିଚାଳକ ଓ ଡେଲିଭରି ବୟ। ଗିରଫ ଦୁଇ ଜଣ ହେଲେ ଅଭିଷେକ ବେହେରା ଓ ପ୍ରକାଶ ଚନ୍ଦ୍ର ନାୟକ। ଏମାନଙ୍କ ନିକଟରୁ ୪ଟି ମୋବାଇଲ୍, ଗୋଟିଏ ଲ୍ୟାପଟପ୍, ଦୁଇଟି ହେଡଫୋନ୍ , ଦୁଇଟି ପାୱାର ବ୍ୟାଙ୍କ, ୩ଟି ଏଟିଏମ୍ କାର୍ଡ ଜବତ ହୋଇଛି। ମୟୂରଭଞ୍ଜ ଅଞ୍ଚଳର ଜଣେ କନେଷ୍ଟବଳ ଭୀମସେନ ମହାନ୍ତ ଗତ ଡିସେମ୍ବର ୬ରେ ଏକ ଏମ୍ଆଇ ମୋବାଇଲ୍ ଫୋନ୍ ଅନଲାଇନରେ ମଗାଇଥିଲେ । ୧୩ ତାରିଖର ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ସ୍ଥିତ କୋରିଅର ଡେଲିଭରି ଡଟ୍ କମ୍ ଜରିଆରେ ଏହା ଆସିଥିଲା। ଟଙ୍କା ପ୍ରଦାନ କରି ଭୀମସେନ୍ ଦେଖିବା ବେଳକୁ ଫୋନ୍ ବଦଳରେ ଥିଲା ସିନ୍ଥଲ ସାବୁନ୍। ଏହି ଘଟଣାକୁ ନେଇ ଭୀମସେନ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.