ଇଜିପ୍ଟ: ସଭା ଚାଲିଥିବା ବେଳେ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ; ୪୧ ଜଣ ଜୀବନ୍ତ ଦଗ୍ଧ

ଇଜିପ୍ଟର ଏକ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଇଜିପ୍ଟର କୋପ୍ଟିକ୍‌ ଚର୍ଚ୍ଚ ସୂତ୍ରରୁ ଜଣାପଡ଼ିଛି ଯେ କାହିରାସ୍ଥିତ ଚର୍ଚ୍ଚରେ ଏହି ଅଗ୍ନିକାଣ୍ଡ ଦ୍ୱାରା ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି।

ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ପ୍ରାଥମିକ ଯାଞ୍ଚରୁ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି। ସୂଚନା ମୁତାବକ, ରବିବାର ସକାଳେ ଚର୍ଚ୍ଚ ପରିସରରେ ସଭା ଚାଲିଥିବା ବେଳେ କୌଣସି ମତେ ନିଆଁ ଲାଗି ଯାଇଥିଲା।

ଏପଟେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୫ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଏଥି ସହିତ ଆମ୍ବୁଲାନ୍ସ ଜରିଆରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଥିବା ଅଗ୍ନିଶମ ଅଧିକାରୀମାନେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.