ଢେଙ୍କାନାଳ(କେନ୍ୟୁଜ୍): ଚାପିଦେଲା ଟ୍ରକ , ୫ ମୃତ । କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ।
୫ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛି। ସମସ୍ତ ମୃତକ ବାଙ୍ଗୁରା ଗାଁର। ସକାଳୁ ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଦୁର୍ଘଟଣା। ସ୍ଥାନୀୟ ବାସିନ୍ଦାଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ।