ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ମହିମା ଗାଦିରେ ଲାଗି ହୋଇଛି ବର୍ଷର ପ୍ରଥମ ନବାନ୍ନ ଭୋଗ

ମହିମା ଧର୍ମ ଏକ କୃଷି ଭିତ୍ତିକ ଧର୍ମ। ଭ୍ରାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ମହିମା ଗୋସାଇଁଙ୍କୁ ପ୍ରଦାନ କରିବାର ପରମ୍ପରା ରହିଛି। ତେଣୁ ଚଳିତ ବର୍ଷ ମଧ୍ୟ ପ୍ରଥମ ଶସ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ପ୍ରଦାନ କରାଯାଇଛି। । ଭୋର ସମୟରେ ଯୋରନ୍ଦା ମହିମା ଗାଦିରେ ମହିମା ଗୋସାଇଁଙ୍କୁ ପ୍ରଥମ ଶସ୍ୟ ପ୍ରଦାନ କରାଯାଇଛି। ଏହି ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ସାଧୁସନ୍ଥ ଓ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।

ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ  ସହିତ ଏହି ନବାନ୍ନ ଲାଗିର ଅନେକ ସାମଞ୍ଜସ୍ୟ ରହିଛି। ପଶ୍ଚିମ ଓଡ଼ିଶାରେ ଅଧିକ ମହିମା ଧର୍ମାବଲମ୍ବୀ ବସବାସ କରିଥାନ୍ତି। ଏଠାରେ ନବାନ୍ନ ଲାଗି ପରେ ସେମାନେ ନିଜ ଅଞ୍ଚଳରେ ନୂଆଖାଇ ପାଳନ କରିଥାନ୍ତି। ମହିମା ଗୋସାଇଁ ନିକଟରେ ନବାନ୍ନ ଅର୍ପଣ ପରେ ସାଧୁସନ୍ଥଙ୍କ ଗହଣରେ ଏହି ପ୍ରସାଦ ସେବନ କରିବାକୁ ଅନେକ ଭକ୍ତ ମହିମା ଗାଦିରେ ଏକାଠି ହୋଇଥାନ୍ତି। ସାଧୁସନ୍ଥଙ୍କ ଗହଣରେ ପ୍ରସାଦ ସେବନର ଅନୁଭୂତି ନିଆରା ବୋଲି ଭକ୍ତମାନେ କହିଛନ୍ତି।

ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ନବାନ୍ନ କେବଳ ନୀତିକାନ୍ତିରେ ସୀମିତ ଥିଲା। ଚଳିତ ବର୍ଷ ଭକ୍ତମାନେ ସାଧୁସନ୍ଥଙ୍କ ଗହଣରେ ନବାନ୍ନ ପ୍ରସାଦ ପାଇ ଆନନ୍ଦିତ ହୋଇଛନ୍ତି। ।

ସେହପରି ଭୁବନେଶ୍ୱର ଦାରୁଠେଙ୍ଗରେ ସତ୍ୟ ମହିମା ଆଶ୍ରମରେ ନବାନ୍ନ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱଶାନ୍ତି ଓ କଲ୍ୟାଣ ନିମନ୍ତେ ଅଖଣ୍ତ ଘୃତ ବତୀ ପ୍ରଜ୍ବଳନ, ବାଲ୍ୟ ଲୀଳା ଅର୍ପଣ ଓ ବିତରଣ ଏବଂ ଆଧ୍ୟତ୍ମିକ ପ୍ରବଚନ ଭଜନ ଅନୁଷ୍ଠିତ ହୋଇଥିଲା | ଏହି ମୋହତ୍ସବରେ ଦାରୁଠେଙ୍ଗ ର ବାସିନ୍ଦା ମାନେ ମଧ୍ୟ ଯୋଗ ଦେଇଥିଲେ | ଏହି ମୋହତ୍ସବରେ ଆଗାମୀ ଦିନରେ ଆହୁରି ଅଧିକ କାର୍ଯ୍ୟକ୍ରମ କରାଯିବ ଏବଂ ଅନେକ ଭକ୍ତ ସମାଗମ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.