୨୦୧୪ ଆଜାଦ ଶବର ହତ୍ୟାକାଣ୍ଡ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ

ଆନନ୍ଦପୁର (କେନ୍ୟୁଜ): ୨୦୧୪ ମସିହା ଜାନୁଆରୀ ମାସ ୩ ତାରିଖରେ ମହୁବିକାକୁ କେନ୍ଦ୍ରକରି ଆଜାଦ ଶବରଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିଲେ ନନ୍ଦିଆ ଶବର ଓ ଅର୍ଜୁନ ଶବର। ସେମାନେ ମିଳିତ ଭାବେ ଆସି ସ୍ଥାନୀୟ ଅଞ୍ଚଳରେ ମହୁ ବିକ୍ରି କରୁଥିବା ବେଳେ କୌଣସି କାରଣକୁ ନେଇ କଥା କଟାକଟି ହେବା ପରେ ଉଭୟ ଆଜାଦ ଶବରକୁ ଏକ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲେ।

ଆଜି କୋର୍ଟ ମାମଲାର ଶୁଣାଣି କରି ପ୍ରତ୍ୟକ୍ଷଦର୍ଶୀ ଭାବେ ଆଜାଦଙ୍କ ପୁତୁରାର ବୟାନକୁ ଆଧାର କରି ଉଭୟ ନନ୍ଦିଆ ଶବର ଓ ଅର୍ଜୁନ ଶବରକୁ ମାନ୍ୟବର ଜିଲ୍ଲା ଜଜ ପ୍ରଜତି ରାଉତ ଆଜୀବନ କାରାଦଣ୍ଡ ସହିତ ୨୫ ହଜାର ଲେଖାଏଁ ଜୋରିମାନା ରେ ଦଣ୍ଡିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.