ଲୋକଙ୍କ ଆଖିର ରଙ୍ଗ ଅଲଗା ଅଲଗା କାହିଁକି ? ନୀଳ କଳା ଧୂସର ହେବା ପଛରେ କାରଣ କଣ ଜାଣନ୍ତୁ

ଆପଣ ନୋଟିସ୍‌ କରିଥିବେ ଯେ ସବୁ ବ୍ୟକ୍ତିଙ୍କ ଆଖିର ରଙ୍ଗ ଅଲଗା ଅଲଗା ଥାଏ। କାହାର ବ୍ରାଉନ ତ କାହାର କଳା ପୁଣି କାହା ଆଖିର ରଙ୍ଗ ନୀଳ। ଅନେକ ଲୋକଙ୍କର ଆଖିର ରଙ୍ଗ ଗାଢ଼ ଧୂସର ମଧ୍ୟ ହୋଇଥାଏ। ଏହିଭଳି ଭିନ୍ନ ଆଖି ଲୋକଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ଅନେକ ଲୋକ ଆଟ୍ରାକଟିଭ୍‌ ଦେଖାଯିବା ପାଇଁ ନିଜ ଆଖିର ରଙ୍ଗକୁ ପରିବର୍ତ୍ତନ ମଧ୍ୟ କରୁଛନ୍ତି। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଲୋକଙ୍କ ଆଖିର ରଙ୍ଗ ଅଲଗା ଅଲଗା ହେବା ପଛର କାରଣ କଣ?

ଆମର ଆଖିର ରଙ୍ଗ ଭିନ୍ନ ହେବା ପଛର କାରଣ ଜିନ୍‌ ସହ ଜଡିତ। ଅନେକ ଲୋକଙ୍କ ମନରେ ଅବଶୋଷ ରହିଯାଏ ଯେ ତାଙ୍କର ଆଖିର ରଙ୍ଗ ସମସ୍ତଙ୍କ ଭଳି ସାଧାରଣ କାହିଁକି ହେଲା। କିନ୍ତୁ ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ ଅଧିକାଂଶ ଲୋକଙ୍କ ଆଖିର ରଙ୍ଗ ଏକାଭଳି କାହିଁକି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର।

ମେଲାନିନର ମାତ୍ରା ଧାର୍ଯ୍ୟ କରିଥାଏ ଆଖିର ରଙ୍ଗ

eyesପ୍ରକୃତରେଆମ ଆଖି ପିତୁଳାର ରଙ୍ଗ ମେଲାନିନର ମାତ୍ରା ମୁତାବକ ହୋଇଥାଏ। ଏହାବ୍ୟତୀତ ପ୍ରୋଟୀନର ଘନତ୍ୱ ଏବଂ ଆଖପାଖରେ ଥିବା ରଶ୍ମି ଉପରେ ମଧ୍ୟ ଆଖିର ରଙ୍ଗ ନିର୍ଭର କରିଥାଏ। ଆମ ଆଖିର ରଙ୍ଗ ମୋଟ ୯ କ୍ୟାଟୋଗରୀରେ ଭାଗ ହୋଇଛି। ଯଦିଓ ଜିନ୍‌ ୧୬ଟି ରହିଛି। ଏହା ଆମ ଆଖିର ରଙ୍ଗ ସହିତ ଯୋଡି ହୋଇଥାଏ।

ଆଖିର ରଙ୍ଗ ପାଇଁ ଦାୟୀ ଦୁଇଟି ପ୍ରମୁଖ ଜିନ୍‌। ଗୋଟିଏ ହେଉଛି OCA2 ଏବଂ HERC2। ଏହି ଦୁଇ କ୍ରୋମୋଜମ ୧୫ରେ ମହଜୁଦ୍‌ ହୋଇଥାଏ। HERPC2 ଜିନ୍‌ OCA2ର ଏକ୍ସପ୍ରେସନକୁ କଣ୍ଟ୍ରୋଲ କରିବା କାମ କରିଥାଏ। HERC2 ନୀଳ ଆଖି ପାଇଁ ବହୁତ ମାତ୍ରାରେ ଦାୟୀ ରହିଥାଏ। ସେହିପରି ନୀଳ ଏବଂ ସବୁଜ ଆଖି ପାଇଁ OCA2 ମୁଖ୍ୟ କାରଣ ସାଜିଥାଏ।

ତେବେ ଏହା ମନା କରିପାରିବାନି ଯେ ଦୁନିଆରେ ସବୁଠାରୁ ଅଧିକ ଲୋକଙ୍କ ଆଖି ଧୂସର ରଙ୍ଗର ହୋଇଥାଏ। ଏହା ପଛର କାରଣ ହେଉଛି ସବୁଠାରୁ ଅଧିକ ଲୋକଙ୍କ ମଧ୍ୟରେ ଏହାକୁ ଡେଭଲପ୍‌ କରୁଥିବା ଜିନ୍‌ ମହଜୁଦ୍‌ ରହିଥାଏ। ସେହିପରି ନୀଳ ରଙ୍ଗ ଆଖି ଥିବା ଲୋକଙ୍କ ସଂଖ୍ୟା ଦୁନିଆରେ ସବୁଠାରୁ କମ୍‌।

ସାରା ଦୁନିଆରେ ଆପଣଙ୍କୁ ସବୁ ଯାଗାରେ ଧୂସର ରଙ୍ଗର ଆଖି ଥିବା ଲୋକ ସହଜରେ ମିଳିଯାନ୍ତି। କିନ୍ତୁ ନୀଳ ରଙ୍ଗ ଥିବା ବ୍ୟକ୍ତିଙ୍କୁ ଖୋଜିବା ବହୁତ ମୁସକିଲ ହୋଇଥାଏ। କୁହାଯାଏ ଯେ ନୀଳ ଆଖି ଥିବା ଲୋକଙ୍କ ପୂର୍ବଜ ଜଣେ ହିଁ ଅଟନ୍ତି। ପ୍ରାୟ ୬ ହଜାରରୁ ୧୦ ହଜାର ବର୍ଷ ପୂର୍ବ ମଣିଷା ଜିନରେ ହୋଇଥିବା ଏକ ପରିବର୍ତ୍ତନ କାରଣରୁ ଲୋକଙ୍କ ଆଖିର ରଙ୍ଗ ନୀଳ ହେବାକୁ ଲାଗିଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକଙ୍କ ଅନୁଯାୟୀ ଜୀବନର ପ୍ରାରମ୍ଭିକ ସମୟରେ ଆମ ଆଖିର ରଙ୍ଗ ବହୁତ ସ୍ପିଡ ବଦଳିଥାଏ। ଅନେକ ଥର ତ ଏମିତି ହୋଇଥାଏ ଯେ ଏକ ଛୋଟ ପିଲା ନୀଳ ଆଖିରେ ଜନ୍ମ ହୋଇଥାଏ, କିନ୍ତୁ ପରେ ଆଖିର ରଙ୍ଗ ବ୍ରାଉନ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.