କେନ୍ଦ୍ରାପଡ଼ା : ବନ୍ୟାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ପୁଅକୁ ହରାଇ କାନ୍ଦୁଛି ମା’

ପଟ୍ଟାମୁଣ୍ଡାଇ : ବନ୍ୟାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାଲିପଡ଼ା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବା ପରେ ପାଣି ଘେରରେ ରହିଥିଲେ ନଦୀକୂଳିଆବାସୀ । ତେବେ ଚଳିତବର୍ଷ ବନ୍ୟା ଦୁଇ ପରିବାର ପାଇଁ ଦୁଃଖ ଆଣି ଦେଇଥିଲା । ପୁଅକୁ ହରାଇ କାନ୍ଦୁଛି ମାଆ । ଘଟଣା ପରେ ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସେପଟେ ନଦୀ କୁଳରେ ଗାତ ଖୋଳା ଯାଇ ପୌରପରିଷଦ ତରଫରୁ ଅର୍ଦ୍ଧ ନିର୍ମିତ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବନ୍ଯା ପାଇଁ କାର୍ଯ୍ୟ ଅଧାରୁ ବନ୍ଦ ରହିଛି । ନଦୀ ତୁଠରେ ପ୍ରଶାସନିକ ସ୍ଥରରେ କୌଣସି ବିପଦ ସଂକୁଳ ସୁଚକ ବୋର୍ଡ ନଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.