Below header

ଏହା ହେଉଛି ଦୁନିଆର ସବୁଠୁ ବିପଦଜନକ ସ୍ଥାନ, ଯେଉଁଠି ଭୂମି ତଳେ ଜଳୁଛି ନିଆଁ, ଜାଣନ୍ତୁ କ’ଣ ରହିଛି ଏହା ପଛରେ କାରଣ..

ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି ଯାହା ସମ୍ପର୍କରେ ଜାଣିବା ପରେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏହି ସ୍ଥାନ ସମ୍ପର୍କରେ ଲୁଚି ରହିଥିବା ଅନେକ ରୋଚକ କଥା ସମ୍ପର୍କରେ ଜାଣିବା ପରେ ବିଶ୍ୱାସ କରିବା ମଧ୍ୟ ମୁସ୍କିଲ ହୋଇଯାଏ। ଅନେକ ରିସର୍ଚ୍ଚର ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ଚାହୁଁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ଏହା ପଛରେ କଣ କାରଣ ରହିଛି କଣ ଆପଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି?

ଦୁନିଆରେ ଥିବା ରହସ୍ୟମୟ ସ୍ଥାନ ହେଉଛି ଅତି ପୁରୁଣ। କେବେକେବେ ତ ଲୋକମାନେ ଏହି ସ୍ଥାନକୁ ଯିବାକୁ ମନା କରିଦିଅନ୍ତି। କିଛି ସ୍ଥାନ ଏମିତି ଭୟଙ୍କର ହୋଇଥାଏ ଯେ ସେଠାକୁ ଯିବା ପାଇଁ ଲୋକମାନେ ଡରିଥାନ୍ତି। କିଛି ଦିନ ମଧ୍ୟରେ ସେହି ସ୍ଥାନ ଜନହୀନ ହୋଇଯାଏ। ଲୋକମାନେ ଏଠାକୁ ନଯିବାରୁ ଏହା ସମ୍ବନ୍ଧରେ ଜାଣିବା ମଧ୍ୟ ବହୁତ ଆହୁରି କଷ୍ଟ ହୋଇଯାଏ। ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ଏକ ରହସ୍ୟମୟୀ ସ୍ଥାନ ସମ୍ପର୍କରେ କହିବୁ । ଯାହା ସମ୍ପର୍କରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

କେବେ ଆପଣ ଶୁଣିଛନ୍ତି କି ଦେଖିଛନ୍ତି ଯେ ଭୂମି ତଳେ ନିଆଁ ଜଳୁଥିବାର..ଆମେ ଯେଉଁ ସ୍ଥାନ ଦେଖାଉଛୁ ତାହା ଏତେ ଭୟଙ୍କର ଯେ ଏଠାରେ ଭୂମି ତଳେ ନିଆଁ ଜଳୁଥାଏ। ଏହି ସ୍ଥାନ ରହିଛି ଆମେରିକାରେ.. ଏହାର ନାମ ସେଣ୍ଟ୍ରାଲିୟା। ଏହି ସହର ତଳେ ପାଖାପାଖି ୬୧ ବର୍ଷ ପୂର୍ବରୁ ନିଆଁ ଜଳୁଥିବାର ଶୁଣିବାକୁ ମିଳିଛି। ଲଗାତାର ଭାବେ ଏଠାରେ ନିଆଁ ଜଳୁଥିବାରୁ ଏଠାକୁ ଲୋକ ଯିବାକୁ ଆଉ ଚାହୁଁନାହାନ୍ତି। ଯାହା କାରଣରୁ ଏହି ସ୍ଥାନ ବାକି ସ୍ଥାନ ଠାରୁ ବିଚ୍ଛିନ୍ନ ହୋଇଯାଇଛି। ଆମେରିକାର ପେନସିଲବେନିଆରେ ଥିବା ଏହି ସ୍ଥାନ ବହୁତ ପ୍ରସିଦ୍ଧ। ଆଉ ଅନେକ ସମୟରେ ଏହା ଚର୍ଚ୍ଚାରେ ମଧ୍ୟ ରୁହେ। ଏହାକୁ Ghost Town city ବା ଭୂତିଆ ସହର ବୋଲି ମଧ୍ୟ କହିଥାନ୍ତି।

ପୂର୍ବରୁ ଏହି ସ୍ଥାନରେ ଲୋକ ଯିବା ଆସିବା କରୁଥିଲେ। ଏବେ କିନ୍ତୁ ଏହି ସହର ଦୁନିଆରେ କେବଳ ଗୋଟିଏ କଥା ପାଇଁ ଜଣାଯାଉଛି। ଏହାର ଭୂମି ତଳେ ନିଆଁ ଜଳୁଛି। ମିଡ଼ିଆ ରିପୋର୍ଟ ଅନୁସାରେ ସେଣ୍ଟ୍ରାଲିଆ କୁ ପୂର୍ବରୁ ମାଇନିଂ ସହର ରୂପେ ଜଣାଯାଉଥିଲା। ବର୍ଷ ୧୯ ୬୨ ରେ ଏଠାରେ କାମ ବନ୍ଦ ହୋଇଯାଇଥିଲା। ଯାହାପରେ ଏଠାକୁ ଲୋକ ଯିବା ଆସିବା ବନ୍ଦ କରିଦେଲେ।

ଶୁଣିବାକୁ ମିଳିଛି ଯେ କୋଇଲାର ଖାଦାନରେ ଲାଗିଥିବା ନିଆଁ ଏବେ ଧିରେ ଧିରେ ବଢ଼ିବାକୁ ଲାଗୁଛି। ସବୁଠାରୁ ଆଶ୍ଚର୍ଯ୍ୟ କରୁଥିବା କଥା ହେଉଛି ୬୦ ବର୍ଷ ବିତିଯାଇଥିବା ପରେ ମଧ୍ୟ ଆଜି ବି ସେହି କାରଣରୁ ଭୂମି ତଳେ ନିଆଁ ଜଳୁଥିବାର ଶୁଣିବାକୁ ମିଳୁଛି। କେବଳ ଏତିକି ନୁହେଁ , ଏହି ସ୍ଥାନରୁ ଧୂଆଁ ମଧ୍ୟ ସେହି କାରଣରୁ ବାହାରି ଥାଏ। ତେଣୁ ଯେଉଁମାନେ ଏହି କଥାକୁ ବିଶ୍ୱାସ କରିନଥାନ୍ତି। ସେମାନେ ଏଠାକୁ ଆସି ଦୂରରୁ ରହି ଏହି ଧୂଆଁକୁ ଦେଖି ବୁଝିଯାନ୍ତି। ୬୦ ବର୍ଷ ପରେ ମଧ୍ୟ ଏହି ଏଥିରେ ନିଆଁ ଜଳୁଛି ଆଉ ଧୂଆଁ ବି ବାହାରୁଛି। ଏହି କାରଣରୁ ଏହି ସ୍ଥାନରୁ ଜନବସତି ମଧ୍ୟ ଧିରେ ଧିରେ ହଟିବାକୁ ଲାଗିଲା। ଆୁ ବର୍ଷ ୨୦୨୦ରେ ଏହି ସ୍ଥାନ ଏକଦମ୍‌ ବଚ୍ଛିନ୍ନ ଅଞ୍ଚଳ ହୋଇଗଲା।

ରିପୋର୍ଟକୁ ଯଦି ଦେଖିବା ତେବେ ବର୍ଷ ୧୯୮୦ ରେ ଏହି ସହରର ଜନସଂଖ୍ୟା ୨୭୦୦ ଥିଲେ। କିନ୍ତୁ ଧିରେ ଧିରେ ଏଠାରୁଲୋକ ଚାଲିଗଲେ। ଏହି ସହର ତଳେ ଜଳୁଥିବା ନିଆଁ କୁ ଅନେକ ଲୋକ ବୁଝେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା। ଏଠାରୁ ବାହାରୁଥିବା ଗ୍ୟାସ ହାନିକାରକ ହୋଇଥାଏ। ଯାହା କାରଣରୁ ଏଠାକାର ଲୋକ ସ୍ଥାନ ଛାଡ଼ି ପଳାଇଥିଲେ। ଯେବେ ଏହାର ଯାଞ୍ଚ ହୋଇଥିଲା ତେବେ ଜଣାପଡ଼ିଲା କି ଏଥିରେ କାର୍ବନ ମନୋକସାଇଡ ରହିଛି। ଯାହାର ପ୍ରଭାବ ବହୁତ ଖତରନାକ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.