କରନ ଜୋହରଙ୍କ ରିଆଲିଟି ଶୋ କଫି ୱିଥ୍ କରନ ସିଜନ ୭ର ୧୦ମ ଏପିସୋଡରେ କ୍ୟାଟ୍ରିନା କୈଫ୍ଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ତାଙ୍କ ‘ଫୋନ୍ ଭୁତ୍’ର ସହ-ତାରକା ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ରହିବେ। ସେ ଏହି ଏପିସୋଡ୍ରେ ସବୁ ମଜ୍ଜାଳିଆ କଥାର ଖୁଲାସା କରିବେ। ଯାହାର ପ୍ରମୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଏହି ଶୋ ରେ ବଲିଉଡ କୁଇନ୍ କ୍ୟାଟ୍ରିନା କେଫ୍ ଦେଖିବାକୁ ମିଳିବ ।
ଏଥିସହିତ କ୍ୟାଟ୍ରିନା ଅଭିନେତା ଭିକି କୌଶଲ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା କୌତୁହଳ ରହିଥାଏ। ସେମାନେ ଜାଣିବାକୁ ଚାହାଁନ୍ତି ଯେ ଦୁହେଁ କିପରି ଭେଟିଲେ ଏବଂ ସେମାନେ କିପରି ସମ୍ପର୍କ ସ୍ଥାପନ କଲେ। ଅଭିନେତ୍ରୀ କ୍ୟାଟ୍ରିନା କେଫ୍ କଫି ୱିଥ କରଣ ଶୋ ରେ ଏପରି କିଛି କଥାର ଖୁଲାସା କରିଥଇଲେ ଯାହାକୁ ଜାଣିବା ପରେ ସେଠାରେ ଥିବା ସମସ୍ତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବିୟୁଟିଫୁଲ୍ ଅଭିନେତ୍ରୀ କ୍ୟାଟ୍ରିନା କହିଥିଲେ ଯେ ସେ ଭିକି କୌଶଲଙ୍କୁ ଜାଣି ନଥିଲେ କି ତାଙ୍କୁ ଚିହ୍ନି ନଥିଲେ । ସେ କେବଳ ତାଙ୍କ ନା ଶୁଣିଥିଲେ । କିନ୍ତୁ ତାଙ୍କୁ ଯେତେେତେଳ ଦେଖିଲେ ସେ ଜୀବନରେ ସବୁ ଜିତିଗଲେ ବୋଲି ଅନୁଭବ କରିଥିଲେ । କ୍ୟାଟ୍ରିନା ଏହା ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ସହ ଭିକିଙ୍କ ବିଷୟରେ ସେ ଶେୟାର କରିଥିଲେ ସେ ହେଉଛନ୍ତି ନିର୍ଦ୍ଦେଶକ ଜୋୟା ଅଖ୍ତର ।
View this post on Instagram
କ୍ୟାଟ୍ରିନା କହିଥିଲେ ଯେ ଭିକିଙ୍କୁ ବିବାହ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ଏଥିସହିତ ତାଙ୍କ ବିବାହ ତାଲିକାରେ ତାଙ୍କ ନାଁ ମଧ୍ୟ ନଥିଲା । କିନ୍ତୁ ଉପୟ ପରସ୍ପର ସହ ମିଶିବା ପରେ ବିବାହ କରିବାର ନିଷ୍ପତି ନେଇଥିଲେ। ଏମିତିରେ ବି ଭିକିଙ୍କ ସହ ତାଙ୍କ ସମ୍ପର୍କକୁ ଅଚାନକ ଏବଂ ଆଉଟ୍ ଅଫ୍ ବ୍ଲୁ ବୋଲି କହି କ୍ୟାଟ୍ରିନା ଶେୟାର କରିଛନ୍ତି ଯେ “ଏହା ମୋର ସୌଭାଗ୍ୟ ଏବଂ ଏହା ହିଁ ହେବାର ଥିଲା। ଏତେ ସାରା ସଂଯୋଗ ଥାଇ ବି ଗୋଟିଏ ସମୟରେ ଏସବୁ ଅବାସ୍ତବ ମନେ ହେଉଥିଲା। ଏହା ପରେ ଉଭୟ ବିଗତ ବର୍ଷ ଡିସେମ୍ବର ୯ ତାରିଖରେ ରାଜସ୍ଥାନରେ ବିବାହ କରିଥିଲେ।