ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ରେ ଆଜି ବିଶ୍ୱ ସାକ୍ଷରତା ଦିବସ, ଏହି କାର୍ଯ୍ୟକ୍ରମକୁ ୩୦ ହଜାର ଛାତ୍ରଛାତ୍ରୀ ଏକତ୍ରୀତ କରିବେ ପାଳନ

ଭୁବନେଶ୍ୱର(କେନ୍ୟୁଜ୍): ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯିବ । କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଏହି କାର୍ଯ୍ୟକ୍ରମକୁ ପାଳନ କରିବେ । ଏଥିପାଇଁ କିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ ।

ଶିକ୍ଷା କ୍ଷେତ୍ରରେ କିସ୍‌ ବ୍ୟାପକ କାର୍ଯ୍ୟ କରିଥିବାରୁ ପ୍ରତିବର୍ଷ କିସ୍‌ରେ ମଧ୍ୟ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଥାଏ । ଆଜି ଏହି ପରିପ୍ରେକ୍ଷୀରେ କିସ୍‌ରେ ୩୦ ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ପାଳନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ସଂଧ୍ୟା ୫ଟା ୧୫ମିନିଟରୁ କଳିଙ୍ଗ ଟିଭିରେ ସିଧା ପ୍ରସାରଣ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.