ନିଜ ଆକାଉଣ୍ଟରେ Blue-tick ପାଇବାକୁ ଚାହୁଁଥିଲେ ମାନନ୍ତୁ ଟ୍ଵିଟରର ଏହି ସହଜ ପ୍ରୋସେସ
ଆଜିକାଲି ବ୍ଲୁ ଟିକ୍ ଟ୍ୱିଟରରେ ଏକ ଟ୍ରେଣ୍ଡ ପାଲଟିଛି। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କୁ ଅନେକ ଲୋକ ବ୍ୟବହାର କରନ୍ତି। । ଏହି ୟୁଜର୍ସ ମାନେ ଅନେକ କିଛି ପୋଷ୍ଟ କରି ଉପଯୁକ୍ତ ପ୍ରୋଫାଇଲକୁ ଟ୍ୟାଗ କରିଥାନ୍ତି। ଏହାସହ ଏମିତିରେ ଅନେକ କିଓ୍ଵାର୍ଡ ଟ୍ରେଣ୍ଡରେ ମଧ୍ୟ ରୁହେ। କିନ୍ତୁ ଟ୍ଵିଟରରେ ସମସ୍ତଙ୍କୁ ବ୍ଲୁଟିକ ମିଳିନଥାଏ। ଏମିତିରେ ଅନେକ ଏହାକୁ ପାଇବା ପାଇଁ ଆଗ୍ରହୀ ଥାନ୍ତି। ବ୍ଲୁ ଟିକ ପରେ ୟଜୁର୍ସଙ୍କ ଆକାଊଣ୍ଟ ଭେରିଫାଏଡ ହୋଇଯାଏ। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ବ୍ଲୁ ଟିକ୍ ପ୍ରୋଫାଇଲରଙ୍କ ନାମ ପାଖରେ ରଖାଯାଇଥାଏ ଓ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରିଥାଏ। ଏହାକୁ ଏଡିଟର୍ଜିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ କୁହାଯାଏ।।
କିପରି ପାଇବେ ବ୍ଲୁ ଟିକ୍ ?
-ବ୍ଲୁ ଟିକ ପାଇବା ପାଇଁ ଆପଣ ଟ୍ଵିଟରକୁ ଏକ ଭେରିଫାଏଡ ଆପ୍ଲକେସନ ଦେଇପାରିବେ।
-ଏଥିପାଇଁ ପ୍ରଥମେ ଆପଣଙ୍କୁ ସେଟିଂକୁ ଯାଇ ଆକାଉଣ୍ଟରେ କ୍ଲିକ୍ କରିବାକୁ ପଡିବ
-ପରେ Request Verification କରିବାକୁ ପଡିବ।
-ଏହା କରିବା ଦ୍ୱାରା ଆପଣ ଟ୍ୱିଟରର verificationକୁ ଆସିଯିବେ।
-ବର୍ତ୍ତମାନ ସ୍କ୍ରୋଲ୍ କରନ୍ତୁ ଓ ଆବେଦନ ଉପରେ ଟ୍ୟାପ୍ କରନ୍ତୁ।
-ଏହାର verification ପ୍ରକ୍ରିୟା ଆରମ୍ଭ କରିବାକୁ କ୍ଲିକ୍ କରନ୍ତୁ।
-ଏହା ପରେ ଆପଣଙ୍କ ଡାଟା verified କରିବାକୁ, ଆପଣଙ୍କୁ ସରକାର ଦେଇଥିବା ଏକ ID କାର୍ଡ, ଇମେଲ୍ ଠିକଣା କିମ୍ବା ଅଫିସିଆଲ୍ ୱେବସାଇଟ୍ ସହିତ ଏକ ଲିଙ୍କ୍ ପ୍ରଦାନ କରିବାକୁ ପଡିବ ଯାହା ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଯାଞ୍ଚ କରିବ।
ଟ୍ୱିଟର ସରକାରୀ, କମ୍ପାନୀ, ବ୍ରାଣ୍ଡ ଓ ସଂଗଠନ, ସମ୍ବାଦ ସଂଗଠନ ଏବଂ ସାମ୍ବାଦିକ, ମନୋରଞ୍ଜନ, କ୍ରୀଡା, ଖେଳ , ସଂଗଠକ ଓ ଅନ୍ୟାନ୍ୟ କ୍ୟାଟେଗୋରୀ ସୃଷ୍ଟି କରିଛି। ଯଦି ଆପଣ ଏହି କୌଣସି କ୍ୟାଟେଗୋରୀରେ ଫିଟ୍ ହୁଅନ୍ତି ତେବେ ଆପଣ verification ପାଇଁ ଆବେଦନ କରିପାରିବେ।
ଗୋଟିଏ କଥା ଧ୍ୟାନ ଦେବାକୁ ହେବ ଯେ ଆପଣଙ୍କର ଟ୍ୱିଟର ଆକାଉଣ୍ଟ ମଧ୍ୟ ପ୍ରାମାଣିକ ଓ ସକ୍ରିୟ ହେବା ଉଚିତ୍। ମାନେ ଆପଣ ଗତ ୬ ମାସ ଧରି ଲଗାତାର ଟ୍ୱିଟ କରୁଛନ୍ତି। ପୁନଃ ଯାଞ୍ଚ ପାଇଁ ଆପଣ ୩୦ ଦିନ ପରେ ଆବେଦନ କରିପାରିବେ।