ଆମେରିକା ଛାଡ଼ି ଯାଇଥିବା ହେଲିକାପ୍ଟର ଉଡ଼ାଉଥିଲେ ତାଲିବାନୀ; ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ମୃତ୍ୟୁ, ୫ ଆହତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ଚପର୍‌ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ରହିଛି। ମିଳିଥିବା ଖବର ମୁତାବକ, ଆଫଗାନିସ୍ତାନ ଛାଡ଼ିବା ସମୟରେ ଆମେରିକୀୟ ସେନା ନିଜର ସମସ୍ତ ଏୟାରକ୍ରାଫ୍ଟକୁ ଏହିଠାରେ ହିଁ ଛାଡ଼ି ଯାଇଥିଲେ। ଯିବା ବେଳେ ଆମେରିକା ସେଗୁଡ଼ିକୁ ଧ୍ୱଂସ ମଧ୍ୟ କରି ଦେଇଥିଲା। କିନ୍ତୁ ପରେ ସେହି ହେଲିକାପ୍ଟରଗୁଡ଼ିକୁ ସଜାଡ଼ି ତାଲିବାନୀମାନେ ବ୍ୟବହାର କରୁଥିଲେ। ବିଶେଷ କରି ସେଥିରେ ସେମାନେ ଟ୍ରେନିଂ ନେଉଥିଲେ। କିନ୍ତୁ ଏବେ ଖବର ଆସିଛି କି, ଏକ ଚପର ହେଲିକାପ୍ଟରକୁ ଉଡ଼ାଉଥିବା ବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏ ନେଇ ତାଲିବାନୀ ପ୍ରତିରକ୍ଷା ମନ୍ତ୍ରାଳୟ ଶନିବାର ସୂଚନା ଦେଇଛି। ମନ୍ତ୍ରାଳୟର ପ୍ରବକ୍ତା ଇନାୟତୁଲ୍ଲା ଖୌଭାରାଜ୍‌ମୀ କହିଛନ୍ତି ଯେ ଏହା ଏକ ଆମେରିକାନ୍‌ ବ୍ଲାକ୍‌ ହକ୍‌ ହେଲିକାପ୍ଟର ଥିଲା, ଯାହାକୁ ଟ୍ରେନିଂ ନିମେନ୍ତ ନ୍ୟାସନାଲ ଡିଫେନ୍ସ ୟୁନିଭର୍ସିଟିରେ ଉଡ଼ା ଯାଉଥିଲା। ଏହି ସମୟରେ ହେଲିକାପ୍ଟରଟି କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା। ଇନାୟତୁଲ୍ଲା ଖୌଭାରାଜ୍‌ମୀଙ୍କ କହିବା ମୁତାବକ, ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି।

ସୂଚନାଥାଉ କି, ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବାରେ ଏକ ବର୍ଷରୁ ଅଧିକ ସମୟ ହୋଇ ଗଲାଣି। ଯିବା ବେଳେ ଆମେରିକା ଅନେକ ସଂଖ୍ୟାରେ ନିଜ ହେଲିକାପ୍ଟର ଏହିଠାରେ ହିଁ ଛାଡ଼ି ଚାଲି ଯାଇଥିଲା। ସେଥି ମଧ୍ୟରୁ କିଛି ହେଲିକାପ୍ଟରକୁ ସିଜ୍‌ କରି ଦିଆଯାଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.