ଯୁବକଙ୍କୁ ପିଟିପିଟି ହତ୍ୟା! ବଲାଙ୍ଗିର ଖୁଜେନପାଲି ଗାଁ ଦାଣ୍ଡରୁ ମୃତଦେହ ଉଦ୍ଧାର

ବଲାଙ୍ଗିର(କେନ୍ୟୁଜ୍): ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ବଲାଙ୍ଗିର ସଦର ଥାନା ଖୁଜେନପାଲି ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଖୁଜେନପାଲି ଗାଁର ସୁରେଶ ଭୋଇ। ଗତକାଲି ରାତିରେ ସୁରେଶ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତଦେହ ଗାଁ ଦାଣ୍ଡରୁ ଉଦ୍ଧାର ହୋଇଛି।

ମୃତଦେହ ଉପରେ କିଛି ପଥର ଓ ବାଉଁଶ ଥୁଆ ହୋଇଥିଲା। ସୁରେଶଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.