ହିମାଚଳର ଉନାରେ ମର୍ମନ୍ତୁଦ ଦୁର୍ଘଟଣା: ଖମ୍ବ ସହ ପିଟି ହେଲା କାର୍‌; ୫ ଯୁବକଙ୍କ ପ୍ରାଣବାୟୁ ଉଡ଼ିଲା

ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ପୋଲିସ ମୁତାବକ, ଶନିବାର ରାତିରେ ଏକ ପଞ୍ଜାବ ନମ୍ବର ଗାଡ଼ି କୁଠାର କଲାଁ ଅଞ୍ଚଳରେ ରାସ୍ତାପାର୍ଶ୍ୱ ଖମ୍ବ ସହ ପିଟିହୋଇ ବିଲ ଭିତରକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ତୁରନ୍ତ ସେଠାରେ ପହଞ୍ଚି ଯୁବକମାନଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ହେଲେ ସେତେବେଳକୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ସାରିଥିଲା।

ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମୟରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଏହି ଦୁର୍ଘଟଣା କିପରି ଘଟିଲା, ସେ ନେଇ ଯାଞ୍ଚ ଚାଲିଥିବା ସ୍ଥାନୀୟ ଡିଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.