ସନ୍ଧ୍ୟାରେ ଚା ସହିତ କିମ୍ବା ଟିଫିନରେ ଯଦି ଆପଣ ଚଟପଟା ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏହି ରେସିପିକୁ ଟ୍ରାଏ କରିପାରିବେ। ୧୦ ମିନିଟରେ ପ୍ରସ୍ତୁତ ହେଉଥିବା ଏହି ଟେଷ୍ଟି ରେସିପି ଯାହାର ନାଁ ହେଉଛି ମ୍ୟାଗି ଭେଲ। ଏହାର ଚଟପଟା ସ୍ୱାଦ କାରଣରୁ ଆପଣ ଚାହିଁବେ ତ ଏହି ରେସିପିରେ ମ୍ୟାଗି ଚାଟର ନାଁ ବି ଦେଇପାରିବେ। ଏହି ୟୁନିକ ସ୍ନାକ ଆଇଟମକୁ ଟମାଟୋ, ପିଆଜ, କଞ୍ଚା ଲଙ୍କା, ସେଓ, ମସଲା ପାଉଡର ପକାଇ ପ୍ରସ୍ତୁତ କରାଯାଏ। ତେବେ ଆଉ ଡେରି କାହିଁକି ଆସନ୍ତୁ ଜାଣିବା ଏହାକୁ କେମିତି ସହଜରେ କରିବେ ପ୍ରସ୍ତୁତ।
ପ୍ରସ୍ତୁତି ପ୍ରଣାଳୀ
ମ୍ୟାଗି ଚାଟ ବନାଇବା ପାଇଁ ସର୍ବପ୍ରଥମେ ଏକ କିମ୍ବା ଦୁଇଟି ମ୍ୟାଗି ପ୍ୟାକେଟକୁ ଦରଦରା ପେଶି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରି ମ୍ୟାଗିକୁ କ୍ରିସପି ହେବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ତାକୁ ନେଇ ସାଇଡରେ ରଖନ୍ତୁ। ଏବେ ଏକ ବାଉଲରେ ଛୋଟ ସାଇଜରେ କଟା ହୋଇଥିବା ପିଆଜ, ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ଭଜା ବାଦାମ ପକାଇ ଲେମ୍ବୁ ରସ, ଚାଟ ମସଲା, ମ୍ୟାଗି ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ମହୁ ଏବଂ ଅଳ୍ପ ସେଉ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଆବଶ୍ୟକ ଅନୁସାରେ ଆପଣ ଏଥିରେ ଅଳ୍ପ ଲୁଣ ବି ପକାଇ ପାରିବେ। ଏହାପୋ ଏଥିରେ ଫ୍ରେସ କଟା ହୋଇଥିବା ଧନିଆପତ୍ର ଏବଂ ଡାଳିମ୍ବର ଦାନା ପକାଇ ଗାର୍ନିସ କରି ସର୍ଭ କରନ୍ତୁ।