ଦ କପିଲ ଶର୍ମା ସୋ’ କୁ କିଏ ବା ଭଲ ନପାଏ। କମେଡ଼ିର ବଢ଼ିଆ ମନୋରଞ୍ଜନ ଏହି ସୋ’ ଦର୍ଶକ ମାନଙ୍କୁ ଦେଇଥାଏ। ଏଥିରେ ଥିବା ପ୍ରତ୍ୟେକ କଳାକାର ନିଜ ନିଜ କମେଡ଼ିକୁ ନେଇ ବେଶ ଚର୍ଚ୍ଚିତ । ଏପରିକି କପିଲ ଶର୍ମାବି ତାଙ୍କ ଅଭିନୟ ମାଧ୍ୟମରେ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି । କିନ୍ତୁ ଏଥର କପିଲ ଜଣେ ଅଭିନେତା ଭାବରେ ଏକ ଡେଲିଭରି ବୟର କାହାଣୀ ଆଣିଛନ୍ତି। ଏହି ଫିଲ୍ମର ନାମ ହେଉଛି Zwigato । ଯାହାର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମଟି 1 ମିନିଟ 39 ସେକେଣ୍ଡର ରହିଛି। କପିଲ ଏହି ଫିଲ୍ମରେ ଜଣେ ଡେଲିଭରି ବୟରେ ନଜର ଆସିବେ। ସେ ଜଣେ ଗରିବ ପରିବାରରୁ ଆସିଛନ୍ତି ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ଚାହୁଁନାହାନ୍ତି ଯେ ସେ ଡେଲିଭରି କାର୍ଯ୍ୟ କରନ୍ତୁ। ଏପରିକି କପିଲ ଶର୍ମାଙ୍କ ଫିଲ୍ମ Zwigato’ର ଟ୍ରେଲରକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।
କପିଲଙ୍କ ବ୍ୟତୀତ ଅଭିନେତ୍ରୀ ଶାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। Zwigato ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନନ୍ଦିତା ଦାସ। ଏହି ଟ୍ରେଲରରେ କପିଲ ଶର୍ମା ଏକ ଡେଲିଭରି ବୟର ଜୀବନକୁ ଖୁବ ଭଲ ଭାବରେ ଉପସ୍ଥାପନା କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ ଡେଲିଭରି ବୟ ଲୋକ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛି। କିନ୍ତୁ ଆପଣ ଏଥିରେ ଦେଖିପାରିବେ ଯେ ଡେଲିଭରି ବୟ ଜୀବନର କିଛି କଷ୍ଟଦାୟକ ମୁହୂର୍ତ୍ତକୁ। ଏଥିରେ କପିଲ ବିବାହିତ ଦେଖାଯାଉଛନ୍ତି। ଯେଉଁଠାରେ ସମସ୍ତେ କପିଲଙ୍କୁ ଡେଲିଭରି ଚାକିରି ଛାଡି ପୁଣି କାରଖାନାରେ କାମ କରିବାକୁ କହୁଥିବାର ଦେଖାଯାଉଛି।
View this post on Instagram
ଟ୍ରେଲରରେ ଏହା ଦର୍ଶାଯାଇଛି ଯେ କପିଲ ତାଙ୍କ ପତ୍ନୀ ଏବଂ ପିଲାଙ୍କୁ ସମୟ ଦେବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ପତ୍ନୀ ଶାହାନା ମଧ୍ୟ କପିଲଙ୍କୁ ସାହାଯ୍ୟ କରିବାକୁ ବିନା ଅନୁମତିରେ କାମ କରିବାକୁ ଯାଉଛନ୍ତି। ଏହି ଟ୍ରେଲରର ଶେଷ ଦୃଶ୍ୟରେ, ଅର୍ଡର ବାତିଲ ହେବାପରେ ଡେଲିଭରି ବୟ କିପରି ପ୍ରଭାବିତ ହୁଏ ତାହା ଦର୍ଶାଯାଇଛି।ଟ୍ରେଲରରେ କପିଲଙ୍କ ଗୋଟିଏ ଡାଇଲଗ ଖୁବ ଜବରଦସ୍ତ ହୋଇଛି । ଯେଉଁଥିରେ ସେ କୁହନ୍ତି- ‘ମ୍ୟାନେଜମେଣ୍ଟ କହିଛି କେବେ ଅଭିଯୋଗ କର ନାହିଁ ଏବଂ ଭଲ ପିଲାଙ୍କ ପରି ବ୍ୟବହାର କର। ‘ ତେବେ ଏହି ଫିଲ୍ମରେ ଦେଖିପାରିବେ ଯେ ଡେଲିଭର୍ ବଏର ଜୀବନ କିପରି ଅତିକ୍ରମ ହୋଇଥାଏ। ଏହି ଫିଲ୍ମରେ କପିଲ ଶର୍ମା ଜଣେ ମୁଖ୍ୟ ଅଭିନେତା ହୋଇଥିବାବେଳେ ନନ୍ଦିତା ଦାସ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।