ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦୁଇଟି ଟ୍ରପିକାଲ ଷ୍ଟର୍ମ: ଦୁଇଦିନ ମଧ୍ୟରେ ଫିଲିପାଇନ୍ସ ସମୁଦ୍ରରେ ନୋରୁ ଭୀଷଣ ରୂପ ନେବା ଆଶଙ୍କା
କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦୁଇ ଦୁଇଟି ଟ୍ରପିକାଲ ଷ୍ଟର୍ମ। ଦକ୍ଷିଣ ଜାପାନରୁ ଟ୍ରପିକାଲ ଷ୍ଟମ ତଲାସ ଉତ୍ତର ପୂର୍ବ ଦିଗରେ ମୁହାଁଇଛି। ସେହିପରି ଫିଲିଫାଇନ୍ସ ସମୁଦ୍ର ଉପରେ ଟ୍ରପିକାଲ ଷ୍ଟର୍ମ ନୋରୁ ପୂର୍ବ ଲୁଜୋନ ମୁହାଁ ରହିଛି। ଆଜି ରାତି ସୁଦ୍ଧା ତଲାସ ଉତ୍ତରପୂର୍ବ ମୁହାଁ ହେବ। ପୂର୍ବ ଓ ଉତ୍ତର ଭାଗରୁ ତଲାସର କେନ୍ଦ୍ରସ୍ଥଳକୁ ପ୍ରବଳ ଥଣ୍ଡା ଜଳୀୟ ବାଷ୍ପ ଟାଣୁଥିବାରୁ ଏହା ଭୟଙ୍କର ରୂପ ନେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ପୂର୍ବ ହୋନ୍ସୁରେ ଶୁକ୍ରବାର ରାତି ଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ହୋନ୍ସୁରେ ଘଣ୍ଟାପ୍ରତି ୧୧୩ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ସେହିପରି ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଫିଲିପାଇନ୍ସ ସମୁଦ୍ରରେ ନୋରୁ ଭୀଷଣ ରୂପ ନେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ଶନିବାର ରାତିରୁ ଉତ୍ତର ଫିଲିପାଇନ୍ସରେ ପ୍ରବଳ ବର୍ଷା ସହ ତୀବ୍ର ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ଫିଲିପାଇନ୍ସର ଉତ୍ତର ଭାଗରେ ବନ୍ୟା ଭଳି ପରିସ୍ଥିତି ଉପୁଜି ପାରେ ବୋଲି ପାଣିପାଗ ସଂସ୍ଥା ଆକ୍ୱାୱେଦର ପୂର୍ବାନୁମାନ କରିଛି।