ଭୁବନେଶ୍ୱର(କେନ୍ୟୁଜ୍): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ଇଡ଼କୋ ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାର ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।ଚଢ଼ାଉରେ ସାମିଲ ଅଛନ୍ତି ୨ ଜଣ ଡିଏସପି, ୧୦ ଜଣ ଇନିସ୍ପେକ୍ଟର, ୫ ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ।
ମନୋଜ କୁମାର ଲେଙ୍କାଙ୍କର ଭୁବନେଶ୍ୱର କୋରଡକଣ୍ଟାରେ ରହିଛି ତିନି ମହଲା ଘର। ଏହାସହ ପୁରୀ ଗ୍ରାଣ୍ଡ ଏସିଆନ ଆପାର୍ଟମେଂଟରେ ରହିଛି ଏକ ଫ୍ଲାଟ୍। ପଟ୍ଟାମୁଣ୍ଡାଇ କେଶପୁରରେ ଥିବା ପୈତୃକ ଘରେ ମଧ୍ଯ ଚାଲିଛି ଚଢ଼ାଉ। ପଟ୍ଟାମୁଣ୍ଡାଇ ବେଲତଳରେ ରହିଛି ତିନି ମହଲା ଘର। ସେହିପରି ଭୁବନେଶ୍ୱର ଝାରପଡା ନିଳାନ୍ଦ୍ରୀନଗରରେ ରହିଛି ଏକ ଘର। ଖାଲି ସେତିକି ନୁହେଁ ଉତ୍ତରା ଛକରେ ରହିଛି ମାର୍କେଟ କଂପ୍ଲେକ୍ସ । ଅନ୍ଯପଟେ ଭୁବନେଶ୍ୱର ରୂପାଲି ଛକ ଅଫିସରେ ମଧ୍ୟ ଚାଲିଛି ଚଢ଼ାଉ।