ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌: ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ବଡ ବଡ ଗଛ

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌ । ଫ୍ଲୋରିଡାର ଫୋର୍ଟ ମିୟର୍ସରେ ଲାଣ୍ଡଫଲ କରିଛି ବାତ୍ୟା । ପ୍ରଭାବରେ ଘଣ୍ଟାପ୍ରତି ୨୦୮ କିଲୋମିଟର ବେଗରେ ପବନ ବୋହୁଛି । ହରିକେନ୍‌-୪ କାଟାଗୋରୀ ତୀବ୍ରତା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ପବନରେ ବଡ ବଡ ଗଛ ଉପୁଡିଥିବା ବେଳେ କିଛି କୋଠା କ୍ଷତିଗ୍ରସ୍ତ ହୋଇଛି । ଘରେ ଓ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ବୋହୁଛି । ବିଦ୍ୟୁତ ସରାବରହ ବନ୍ଦ ଯୋଗୁଁ ୨୦ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି ।

ହରିକେନର ତୀବ୍ରତାକୁ ଦୃଷ୍ଟିରେ ରଖି ଫ୍ଲୋରିଡା ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବହୁ ବିମାନ ଚଳାଚଳ ବାତିଲ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ଇୟାନ୍‌ ହେଉଛି ଶକ୍ତିଶାଳୀ ବାତ୍ୟା । ଫ୍ଲୋରିଡ଼ାରେ ଜରୁରୀକାଳିନ ସ୍ଥିତି ଜାରି ହୋଇଛି। ମୁକାବିଲା ପାଇଁ ୫ହଜାର ଫ୍ଲୋରିଡା ନାସନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ୨ହଜାର ଗାର୍ଡଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି। ୨୦୧୮ ପରେ ପ୍ରଥମ ଥର ପାଇଁ ଇଆନ କୌଣସି ଭୟଙ୍କର ହରିକେନ ଭାବେ ସନସାଇନ ଷ୍ଟେଟକୁ ପ୍ରଭାବିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.