ଭଞ୍ଜନଗର(କେନ୍ୟୁଜ୍): ଗାଁ ଦାଣ୍ଡରେ ଯୁବକର ଉନ୍ମତ୍ତ କାଣ୍ଡ । ଭଙ୍ଗା ମଦ ବୋତଲ ଧରି ଦୁଇ ଜଣଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡାଶାସନ ଗାଁ ନିକଟରେ ଘଟିଛି ଏଭଳି ଘଟଣା ।
ମୃତ ବୃଦ୍ଧା ଜମ୍ବୁ ସାହୁ ଏବଂ ଆହତ ମହିଳା ଜଣକ ସନ୍ତୋଷିନୀ କୁଣ୍ଡ । ଗାଁ ଦାଣ୍ଡରେ ପିଲା କଳିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ବେଳେ, ଏହା ପଛରେ ପୂର୍ବଶତ୍ରୁତା ଥିବା ସନ୍ଦେହ କରାଯାଉଛି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି, ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲ କୁ ପଠାଯାଇଛି । ବସନ୍ତ ନାମକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।