ପୂର୍ବାଞ୍ଚଳର ସବୁଠାରୁ ସ୍ବଚ୍ଛ ସହର ଯାଜପୁର, ଦିଲ୍ଲୀରେ ମିଳିଲା ପୁରସ୍କାର

ଯାଜପୁର ଟାଉନ(କେନ୍ୟୁଜ୍): ସ୍ବଛତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାକୁ ମିଳିଛି ସ୍ଵଛତା ପୁରସ୍କାର। ଆଜି ନୂଆଦିଲ୍ଲୀ ରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ରେ ଯାଜପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ସ୍ୱଚ୍ଛ ସର୍ଭେକ୍ଷଣ ଗ୍ରାମୀଣ ମିଶନ ୨୦୨୨ର ପୂର୍ବାଞ୍ଚଳ କାଟେଗୋରୀରେ ପ୍ରଥମ ସ୍ଥାନ ହାସଲ କରିଛି ଯାଜପୁର। ଏଥିସହିତ ସାରା ଦେଶର ୭୦୯ଟି ଜିଲ୍ଲା ମଧ୍ୟରୁ ଯାଜପୁର ଚତୁର୍ଥ ସ୍ଥାନ ହାସଲ କରିଛି। ଗ୍ରାମାଞ୍ଚଳରେ ସ୍ଵଛତା କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଥିବା ଜଣାପଡିଛି। ବିଶେଷକରି ବାହ୍ୟମଳମୁକ୍ତ ଅଞ୍ଚଳ କ୍ଷେତ୍ରରେ କାର୍ଯ୍ୟକରିବା ଯୋଗୁଁ ଯାଜପୁର ଜିଲ୍ଲାକୁ ଏଭଳି ସଫଳତା ମିଳିଛି।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯାଜପୁର ଡି ଆରଡିଏ ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ସଫଳତା ପାଇଁ ଜିଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.