ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚକୁ ୪୯ ରନରେ ହାରିଲା ଭାରତ, କମାଲ କଲେ ଦକ୍ଷିଣ ଆଫ୍ରିକା ବୋଲର

ଭାରତ ଓ ଦକ୍ଷିଣ ଆଫ୍ରିକା ଶେଷ ତଥା ତୃତୀୟ ଟି -୨୦ ରେ ପରାଜୟର ସାମ୍ନା କରିଛି ଭାରତ। ଦକ୍ଷିଣ ଆଫ୍ରିକା ଟିମ୍ ୪୯ରନରେ ଶେଷ ଟି -୨୦ ମ୍ୟାଚ୍ ଜିତିଛି। ମ୍ୟାଚ୍ ହାରି ମଧ୍ୟ ଟି -୨୦ ସିରଜକୁ ୨-୧ ରେ ଜିତିଛି ଭାରତ।

ଦକ୍ଷିଣ ଆଫ୍ରିକା ଟିମର ବିଶାଳ ସ୍କୋରକୁ ପିଛା କରି ପ୍ରଥମରୁ ୱିକେଟ ହରାଇଥିଲା ଭାରତ। ଓପନିଙ୍ଗ କରିବା ପାଇଁ ରୋହିତ ଶର୍ମା ଏବଂ ରିଷଭ ପନ୍ତ ଆସିଥିବା ବେଳେ ରୋହିତ ଶର୍ମା ୨ଟି ବଲ ଖେଳି ୦ ରେ ପ୍ରଥମେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଆଉଟ୍ ହେବା ପରେ ରିଷଭଙ୍କ ସହିତ ବ୍ୟାଟିଂ କରିବାକୁ ଶ୍ରେୟେସ ଆୟର ଆସି ମାତ୍ର ୪ଟି ବଲ ଖେଳି ୧ରନ କରି ଆଉଟ୍ ହୋଇଥିଲେ। ତାପରେ ଟିମ୍ ଇଣ୍ଡିଆର ୱିକେଟ ପଡ଼ିବାକୁ ଲାଗିଥିଲା। ଭାରତ ପକ୍ଷରୁ ରିଷଭ ୧୪ବଲରେ ୨୭ ରନ୍ କରିଥିଲେ। ଦିନେଶ କାର୍ତ୍ତିକ ୨୧ବଲରେ ୪୬ରନ୍ କରି ଆଉଟ୍ ହୋଇଥିଲେ। ଦଳ ପକ୍ଷରୁ ଚହର ୩୧ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ଡ୍ଵେନ ପ୍ରିଟୋରିୟସ ୨୬ ରନ ଦେଇ ସର୍ବାଧିକ ୩ ସଫଳତା ପାଇଛନ୍ତି।

ଶେଷ ଟି -୨୦ ମ୍ୟାଚ୍ ରେ ଟସ ଜିତି ଫିଲ୍ଡିଂ କରିଥିଲା ଭାରତ। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ଭାରତୀୟ ବୋଲର ବୋଲିଂରେ ଧୂଆଁଧାର ବ୍ୟାଟିଂ କରିଥିଲେ । ରିଲେ ରୁସୋଙ୍କ ବିସ୍ଫୋରକ ଶତକ ଏବଂ କ୍ଵିଣ୍ଟନ ଡିକକ୍‌ଙ୍କ ଅର୍ଦ୍ଧଶତକ ବଳରେ ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଥିଲା। ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ବେଶ୍ କିଛି କମାଲ କରିପାରିନ ଥିଲେ ବୋଲର।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୦ ରନ ସ୍କୋରରେ ଅଧିନାୟକ ତେମ୍ବା ବାଭୁମା(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଡି କକ୍ ଏବଂ ରିଲେ ରୁସୋ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୦ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଡକକ୍ ନିଜର ଫର୍ମ ବଜାୟ ରଖି ସିରିଜ୍‌ରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ ୬ ଚୌକା ଏବଂ ୪ ଛକା ସହ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ପରେ ରୁସୋ ଇନିଂସ ସମ୍ଭାଳିଥିଲେ।

ରୁସୋ ଅପରାଜିତ ରହି ୪୮ ବଲରେ ୧୦୦ ରନ୍ କରିଥିଲେ। ଟ୍ରିଷ୍ଟନ ଷ୍ଟବ୍ସ ୨୩ ରନ କରିଥିଲେ। ମିଲର ୫ ବଲ୍‌ରୁ ୩ ଛକା ସହ ୧୯ ରନରେ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୩ ରନ କରିଥିଲା । ଭାରତ ପକ୍ଷରୁ ଦୀପକ ଚହର ୪ ଓଭରରେ ୪୮ ରନ ଏବଂ ଉମେଶ ଯାଦବ ୩ ଓଭରରେ ୩୪ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ହର୍ଷଲ ପଟେଲ୍ ୪ ଓଭରରେ ୪୯ ରନ, ଅଶ୍ଵିନ ୪ ଓଭରରେ ୩୫, ସିରାଜ ୪ ଓଭରରେ ୪୪ ଏବଂ ଅକ୍ଷର ଗୋଟିଏ ଓଭରରେ ୧୧ ରନ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.