ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିଲା ବଧିର ଟି-୨୦ ଚାମ୍ପିୟନ୍ସ ଟ୍ରଫି, ଯୁବରାଜ ସିଂ ଜଣାଇଲେ ଶୁଭେଚ୍ଛା
ଭାରତର ବଧିର କ୍ରିକେଟ ଟିମ୍ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାଙ୍କୁ ୩୯ ରନରେ ହରାଇ ବଧିର ଆଇସିସି ଟି-୨୦ ଚାମ୍ପିଅନ ହୋଇଛି। ଏହି ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ ବଧିର କ୍ରିକେଟ ଟିମ୍। ଭାରତର ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୪୦ ରନ୍ କରିଥିଲା। ଏହାର ଜବାବରେ ମାତ୍ର ୧୦୧ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ଅଧିନାୟକ ବିରେନ୍ଦ୍ର ସଂ ଅପରାଜିତ ୫୦ ରନ୍ କରିଥିବା ବେଳେ ଇନ୍ଦ୍ରଜିତ ଯାଦବ ୪୦ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିପ୍ଲେସି ସର୍ବାଧିକ ୨୩ ରନ୍ କରିଥିଲେ। ଫାଇନାଲ ମ୍ୟାଚରେ ପହଞ୍ଚିବା ପୂର୍ବରୁ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆ, ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।
Congratulations boys! You did it 🏆 Well done on winning the DICC T20 Champions Trophy 👏🏻 👏🏻
A very well deserved victory that will provide the much needed boost to Deaf cricket in India 🇮🇳
My best wishes always 🙌🏻 @indian_deaf #IDCA @BCCI pic.twitter.com/yhAkb4Bch2
— Yuvraj Singh (@YUVSTRONG12) October 10, 2022
ଭାରତର ବଧିର କ୍ରିକେଟ ଟିମ୍ ଜିତିବା ପରେ ପୂର୍ବଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଯୁବରାଜ ଟ୍ଵିଟ୍ କରି ଲେଖିଛନ୍ତି, ଶୁଭେଚ୍ଛା ଟିମ୍। ଆପଣମାନେ କରି ଦେଖଶଇଛନ୍ତି। ଡିଆଇସିସି ଟି-୨୦ ଚାମ୍ପିୟନ୍ସ ଟ୍ରଫି ଜିତି ଭଲ ଖେଳିଛନ୍ତି। ଆପଣମାନଙ୍କ ବିଜୟ ନିଶ୍ଚିତ ଅନ୍ୟମାନଙ୍କୁ ପ୍ରେରଣା ଦେବ । ମୁଁ ଶୁଭକାମନା ଜଣାଉଛି।