Below header

ଫେସ୍‌ ଓ୍ଵାଶ୍‌ ଭଳି କାମ କରିଥାଏ ପିଜୁଳି ପତ୍ରର ପାଣି! ସମସ୍ତ ପ୍ରକାର ତ୍ୱଚା ସମସ୍ୟାକୁ କରିଦିଏ ଛୁମନ୍ତର…

ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ ଯୋଗୁ ଆମ ତ୍ୱଚା ବହୁଳ ମାତ୍ରାରେ ପ୍ରଭାବିତ ହେଉଛି। ଏହି କାରଣରୁ ଚେହେରାରେ ଅନେକ ପ୍ରକାରର ସମସ୍ୟା ଦେଖାଯିବାକୁ ଲାଗୁଛି। ସୂର୍ଯ୍ୟକିରଣ ଏବଂ ଧୂଳି ଯୋଗୁ ଅନେକ ଲୋକଙ୍କ ମୁହଁରେ ବ୍ରଣ, ଦାଗ, କୁଞ୍ଚନ ଆଦି ସମସ୍ୟା ଦେଖାଦେଉଛି। ଯଦି ଏମିତି ସ୍ଥିତିରେ କେମିକାଲରୁ ତିଆରି ପ୍ରଡକ୍ଟ ଚେହେରାରେ ବ୍ୟବହାର କରାଯାଏ, ତା’ ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ ଏବଂ ସ୍କିନ୍‌ ଅଧିକ ଖରାପ ହୋଇଯାଇପାରେ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ କିପରି ସ୍କିନ୍‌ ସମସ୍ୟାରୁ ମୁକ୍ତି ପାଇହେବ, ସେ ବିଷୟରେ କହିବୁ। ଆସନ୍ତୁ ଜାଣିବା…

ପ୍ରାକୃତିକ ଫେସ୍‌ ଓ୍ଵାଶ୍‌

ତ୍ୱଚା ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇପାରେ। ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ରହିଛି, ଯେଉଁ କାରଣରୁ ଏହା ଚର୍ମ ସମସ୍ୟା ଦୂର କରିପାରିବ। ପିଜୁଳି ପତ୍ରରେ ଭିଟାମିନ୍ ସି, ପ୍ରୋଟିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଏଥିସହ ଏଥିରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବି ରହିଛି। ପିଜୁଳି ପତ୍ରରେ ଥିବା ଏହି ପୋଷକ ତତ୍ତ୍ୱ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କିପରି ତିଆରି କରିବା

ପିଜୁଳି ପତ୍ରକୁ ଭଲ ଭାବରେ ସିଝାଇ ଛାଣି ନିଅନ୍ତୁ। ଏବେ ଏହି ପାଣିକୁ ଥଣ୍ଡା କରି ନିଜ ମୁହଁ ଧୋଇବା ପାଇଁ ବ୍ୟବହାର କରି ପାରିବେ।

ପିଜୁଳି ପତ୍ରର ଫାଇଦା

-ପିଜୁଳି ପତ୍ରର ପାଣି ଡେଡ୍‌ ସ୍କିନ୍‌କୁ ବାହାର କରିବାରେ ଲାଭଦାୟକ ହୋଇଥାଏ। ଏଥିରେ ମୁହଁ ଧୋଇବା ଦ୍ୱାରା ଖରାପ ଚର୍ମର ପରସ୍ତ ବାହାରି ଯାଇଥାଏ ଏବଂ ଚେହେରା ଚମକି ଉଠିଥାଏ।

-ଏହି ପାଣି ଆଣ୍ଟି ଏଜିଙ୍ଗ୍‌ ଭଳି କାମ କରିଥାଏ। ଏହାଦ୍ୱାରା ଚର୍ମ କୁଞ୍ଚନ ଦୂର ହୋଇଯାଇଥାଏ। ଯଦି ଏହି ପାଣିରେ ଆପଣ ପ୍ରତିଦିନ ମୁହଁ ଧୋଇବେ, ତା’ ହେଲେ ସ୍କିନ୍‌ ଟାଇଟ୍‌ ହୋଇଯିବ, ଯଦ୍ଦ୍ଵାରା ରିଙ୍କଲ୍ସ ସମସ୍ୟା ଦୂର ହେବ।

-ପିଜୁଳି ପାଣିରେ ଥିବା ପୋଷକ ତତ୍ତ୍ୱ ଚେହେରାର ଅଏଲକୁ କଣ୍ଟ୍ରୋଲ କରିଥାଏ। ଏହାଦ୍ୱାରା କଳା ବ୍ରଣ ସମସ୍ୟା ଦୂର ହୋଇଥାଏ। ତେଲିଆ ତ୍ୱଚା ଥିବା ଲୋକଙ୍କ ପାଇଁ ଏହି ପାଣି ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ।

-ପିଜୁଳି ପତ୍ରର ପାଣିରେ ଚିହ୍ନ, ଦାଗ ଦୂର କରିବାର ଶକ୍ତି ରହିଛି। ଏହି ପାଣି ବ୍ୟବହାର କରିବା ଦ୍ୱାରା ଟ୍ୟାନିଂ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ।

-ଏହି ପାଣି ତ୍ୱଚା କୁଣ୍ଡେଇ ହେବା, ର‍୍ୟାସେଜ୍‌ ଏବଂ ତ୍ୱଚା ଜ୍ୱଳନ ଭଳି ସମସ୍ୟାକୁ ଦୂର କରି ପାରିବ। ଏହି ପାଣିରେ ମୁହଁ ଧୋଇଲେ ସୋରିୟାସିସ୍ ସମସ୍ୟା କମି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.