ମୟୁରଭଞ୍ଜ ତିରିଂ ଥାନାରେ କନେଷ୍ଟବଳ ଆକ୍ରମଣରେ କନେଷ୍ଟବଳ ମୃତ

ମୟୁରଭଞ୍ଜ(କେନ୍ୟୁଜ୍) : କନେଷ୍ଟବଳ ଆକ୍ରମଣରେ କନେଷ୍ଟବଳ ମୃତ। ମୃତକ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନାର କନେଷ୍ଟବଳ ସୁରେଶ ଚନ୍ଦ୍ର ମହାନ୍ତ। ଅଭିଯୋଗ ଅନୁଯାୟୀ ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ଥାନାର ଅନ୍ୟ ଜଣେ କନେଷ୍ଟବଳ ବିରେନ୍ଦ୍ର ନାଥ ମହାନ୍ତ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

deadଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦଖାଦେଇଥିଲା। ପରିବାରଲୋକେ କନେଷ୍ଟବଳ ବିରେନ୍ଦ୍ର ନାଥ ମହାନ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଏଥିସହ ପରିବାରର ଜଣଙ୍କୁ ଚାକିରୀ ଦେବା ପାଇଁ ଦାବି କରାଯାଇଥିଲା। ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.