ଆକାଶରେ ଊର୍ଦ୍ଧ୍ୱ ଲଙ୍ଗଲା : ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଅଜବ କାରନାମା, ବିମାନ ଯାତ୍ରା ବେଳେ ଉଲଗ୍ନ ହୋଇ ପଡ଼ିଲେ

ଲକ୍ଷ୍ନୌ : ଗତକାଲି ଅର୍ଥାତ୍ ଶନିବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସ୍  ଫ୍ଲାଇଟ୍‌ରେ ଦୁବାଇରୁ ଲକ୍ଷ୍ନୌ ଯାଉଥିବା ବେଳେ ହଠାତ୍ ସବୁ ଯାତ୍ରୀ ଚମକି ଯାଇଥିଲେ । କାରଣ ସେଥିରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ ନିଜର ହିତାହିତ ଜ୍ଞାନ ହରାଇ ସମସ୍ତଙ୍କ ଆଗରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇପଡିଲେ । ଏହି ଘଟଣା ଘଟିବା କ୍ଷଣି ବିମାନରେ ଉପସ୍ଥିତ ଥିବା କର୍ମଚାରୀମାନେ ତୁରନ୍ତ ତତ୍ପରତା ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ଏକ କମ୍ବଳରେ ଘୋଡାଇ ଦେଇଥିଲେ । ବିମାନ ଚାଳକ ଦଳର ଦୁଇ ଜଣ ସଦସ୍ୟ ଉଡାଣ ଜାରି ଥିବା ଯାଏଁ ବ୍ୟକ୍ତି ଜଣଙ୍କୁ ଜାବୁଡି ଧରି ବସିଲେ ।

ଜଜଜଏହି ଘଟଣାଟି ଏୟାର ଇଣ୍ଡିଆ IX-194 ଉଡାଣ ବେଳେ ଘଟିଥିଲା ଯେଉଁଥିରେ ୧୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯେତେବେଳେ ଫ୍ଳାଇଟ୍ ଲକ୍ଷ୍ନୌ ଏୟାରପୋର୍ଟରେ ପହଁଚିଲା ସେତେବେଳେ ଉକ୍ତ ବ୍ୟକ୍ତି ଜଣଙ୍କୁ ସେଠାକାର ଏୟାର ଲାଇନ୍ସ ସିକ୍ୟୁରିଟିଙ୍କ ହେପାଜତକୁ ଦିଆଯାଇଥିଲା । ଯେଉଁଠାରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ତେବେ ବ୍ୟକ୍ତି ଜଣଙ୍କ ଏପରି କାହିଁକି କଲେ ଏଯାଏଁ କାରଣ ଅସ୍ପଷ୍ଟ ରହିଛି । ସେହିପରି ଯାତ୍ରୀଙ୍କର ପରିଚୟ ଗୁପ୍ତ ରଖା ଯାଇଛି । ତେବେ ତାଙ୍କ ଏଭଳି ଆଚରଣ ବିମାନରେ ଥିବା ଯାତ୍ରୀମାନଙ୍କୁ ବେଶ୍‌ କିଛି ସମୟ ପାଇଁ ସ୍ତବ୍‌ଧ କରି ଦେଇଥିଲା । ସେହିପରି ସ୍ଥିତିରେ ଥିଲେ ବିମାନର ପୂରା କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.