Below header

ବାସୁଦେବପୁରରେ ଅନୁଷ୍ଠିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ

ହିନ୍ଦୁ ଧର୍ମରେ ଅଛନ୍ତି ୩୩ କୋଟି ଦେବଦେବୀ। ତା ସାଙ୍ଗକୁ ପ୍ରତ୍ୟେକ ଦେବଦେବୀଙ୍କ ର ରହିଛି ଭିନ୍ନ ଭିନ୍ନ ପରମ୍ପରା। ସେହିପରି ହିନ୍ଦୁ ଧର୍ମରେ ଯଜ୍ଞର ପରମ୍ପରା ବୈଦିକ କାଳରୁ ଚାଲିଆସୁଛି। ହିନ୍ଦୁ ଧର୍ମ ଗ୍ରନ୍ଥରେ ମନୋକାମା ପୂର୍ତ୍ତି ପାଇଁ ତଥା ଅନିଷ୍ଟକୁ ଖଣ୍ଡନ କରିବା ପାଇଁ ଯଜ୍ଞ କରାଯାଇଥାଏ। ରାମାୟଣ ଓ ମହାଭାରତ ରେ ଏମିତି ଅନେକ ରାଜାଙ୍କ ବର୍ଣ୍ଣନା କରାଯାଇଛି ଯେଉଁମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତଥା ନିଜ ପ୍ରଜାଙ୍କ ସୁଖ ଜୀବନ ପାଇଁ ଯଜ୍ଞ କରିଛନ୍ତି।

ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ କରି ଯଜ୍ଞ ଅନୁଷ୍ଠିତ କରାଯାଏ। ଯଜ୍ଞର ଅର୍ଥ ତ୍ୟାଗ, ତପସ୍ୟା, ବଳିଦାନ ଏବଂ ଶୁଭ କର୍ମ। ଏହି ହୋମ ରେ ନିଜ ପ୍ରିୟ ଖାଦ୍ୟ ପଦାର୍ଥ, ମୂଲ୍ୟବାନ ସନ୍ତୁଳିତ ପୌଷ୍ଟିକ ଦ୍ରବ୍ୟ କୁ ଅଗ୍ନି ତଥା ବାୟୁ ମାଧ୍ୟମରେ ସଂସାରର କଲ୍ୟାଣ ପାଇଁ ଯଜ୍ଞରେ ଆହୂତି ଦେଇଥାନ୍ତି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସୁଦର୍ଶନପୁର ପଂଚାୟତର ମା ଶିଦ୍ଧେଶ୍ୱରୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ଏଠାରେ ମା ପ୍ରାୟ ଦୀର୍ଘ ୫ଶହ ବର୍ଷ ଧରି ପୂଜା ପାଇ ଆସୁଛନ୍ତି । ମା ପ୍ରଥମେ ଏକ ଚାଳଘର ମଧ୍ୟରେ ପାଇ ଆସୁଥିଲେ । କାଳକ୍ରମେ ମନ୍ଦିର ନିର୍ମାଣ ପରେ ମାଆ ମନ୍ଦିରରେ ପୂଜା ପାଇ ଆସୁଛନ୍ତି ।

ଏଠାରେ ବର୍ଷକୁ ଦୁଇ ଥର ଯଜ୍ଞ କରାଯାଇଥାଏ । ବିଶ୍ୱଶାନ୍ତି ତଥା ଆଜିକାଲି ସମାଜରେ ହିଂସା ଲୋକ ମାନଙ୍କୁ ଗ୍ରାସ କରିବା ସହିତ ଭକ୍ତିଭାବ ଲୋକ ମାନଙ୍କ ମନରୁ ରୁ ଲିଭିଗଲାଣି। । ଏହି ହିଂସାକୁ ଲୋକ ମାନଙ୍କ ମନରୁ ଦୁରେଇ କେମିତି ଆଧୁନିକ ସମାଜ ମଧ୍ୟରୁ ବାହାର କରି ସୁବାଟରେ ଚାଲିବା ତଥା ଦେଶରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏହି ଯଜ୍ଞ କରାଯାଉଛି । ଏହି ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.