ଅନନ୍ୟା ପାଣ୍ଡେ ଏହି ଅଭିନେତାଙ୍କର ହେବେ ଦୁଲ୍‌ହନ! ଦିଓ୍ଵାଲି ପାର୍ଟିରେ ଲିକ୍‌ ହେଲା ଫଟୋ; ସାମ୍ନାକୁ ଆସିଲା ସତ୍ୟତା…

ଦୀପାବଳିକୁ ନେଇ ସମସ୍ତେ ଉତ୍ସବମୁଖର ହୋଇ ଉଠିଛନ୍ତି। ବଲିଉଡ୍‌ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ନିକଟରେ ଆୟୁଷ୍ମାନ ଖୁରାନା ଓ କ୍ରିତି ସାନନ୍‌ ଦିଓ୍ଵାଲି ପାର୍ଟି ରଖିଥିଲେ, ଯେଉଁଥିରେ ଇଣ୍ଡଷ୍ଟ୍ରୀର ପାଖାପାଖି ସମସ୍ତ ଷ୍ଟାର୍‌ ପହଞ୍ଚିଥିଲେ ଏବଂ ଖୁବ୍‌ ଧୁମ୍‌ ଧମାକା କରିଥିଲେ। ଏହିପରି ଗତକାଲି ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା ବିଗ୍‌ ଫ୍ୟାଟ୍‌ ଦିଓ୍ଵାଲି ପାର୍ଟି ହୋଷ୍ଟ୍‍ କରିଥିଲେ। ପାର୍ଟିକୁ ଆହୁରି ଜୋର୍‌ଦାରିଆ କରିବା ପାଇଁ ଜଣଙ୍କଠୁ ବଳି ଆଉ ଜଣେ ସେଲିବ୍ରିଟି ପହଞ୍ଚିଥିଲେ। କିନ୍ତୁ ଏହାରି ଭିତରେ ସମସ୍ତଙ୍କ ନଜର ନୂଆ ଲଭ୍‌ ବାର୍ଡସ୍‌ଙ୍କ ଉପରେ ପଡ଼ିଥିଲା, ଯିଏ ହାତରେ ହାତ ରଖି କ୍ୟାମେରା ସାମ୍ନାରେ ପୋଜ୍‌ ଦେଉଥିଲେ।

ମନୀଷ ମଲହୋତ୍ରାଙ୍କ ଦିଓ୍ଵାଲି ପାର୍ଟିରେ ଅନେକ ସେଲିବ୍ରିଟି ପହଞ୍ଚିଥିଲେ। ସୁହାନା ଖାନ, ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ, ଇବ୍ରାହିମ୍‌ ଅଲ୍ଲୀ ଖାନଙ୍କ ସମେତ ଅନେକ ଷ୍ଟାର୍‌ କିଡ୍‌ସ ଆକର୍ଷଣୀୟ ଆଉଟ୍‌ଫିଟ୍ସ ପିନ୍ଧି ପହଞ୍ଚିଥିଲେ। କିନ୍ତୁ ଏହି ପୂରା ପାର୍ଟିରେ ଯିଏ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା, ସେ ହେଲେ ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ। ଦୁଇ ଜଣ ଏକାଠି ପୋଜ୍‌ ଦେଇଥିଲେ। ଆଦିତ୍ୟ ଓ ଅନନ୍ୟା ଏକାଠି ପୋଜ୍‌ ଦେବା, ପାପାରାଜିଙ୍କ ପାଇଁ ଆଇ କ୍ୟାଣ୍ଡି ମୋମେଣ୍ଟ ଥିଲା। କଫି ଓ୍ଵିଥ୍‌ କରନ୍‌ର ଚାଟ୍‌ ଶୋ’ରେ ଏହି ଦୁଇ ଜଣଙ୍କ ଅଫେୟାରର ଚର୍ଚ୍ଚା ଜୋର୍‌ସୋରରେ ହୋଇଥିଲା। ଏବେ ଦିଓ୍ଵାଲି ପାର୍ଟିରେ ଉଭୟେ ଏକାଠି ଫଟୋ କ୍ଲିକ୍‌ କରାଇ ଗୁଜବକାରୀଙ୍କୁ ଆହୁରି ମଉକା ଦେଇଥିଲେ।

ସେପଟେ ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେଙ୍କ ଡେଟିଂ ର୍ୟୁମର୍ସ ଭିତରେ ଫ୍ୟାନ୍‌ମାନେ ସେମାନଙ୍କୁ ‘ଅଦିୟା’ ନାମ ଦେଇଛନ୍ତି। ଅଦିୟାର ଅର୍ଥ ଆଦିତ୍ୟ ପ୍ଲସ୍‌ ଅନନ୍ୟା।

 

View this post on Instagram

 

A post shared by Instant Bollywood (@instantbollywood)

ଆଦିତ୍ୟ ରୟ କପୁର ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହା ତାଙ୍କ ଫିଲ୍ମ ନୁହେଁ, ବରଂ ବିବାହର ଚର୍ଚ୍ଚା। କିଛି ଦିନ ତଳେ ବରୁଣ ଧଓ୍ଵନଙ୍କ ମା’ କହିଥିଲେ କି, ସେ ଆଦିତ୍ୟ ରୟ କପୁରଙ୍କ ପାଇଁ ଝିଅ ଖୋଜିବେ। ଅନ୍ୟପଟେ ଦିଓ୍ଵାଲି ପାର୍ଟିରେ ଆଦିତ୍ୟ ଓ ଅନନ୍ୟା ଏକାଠି ପୋଜ୍‌ ଦେବା, ସେମାନଙ୍କ ଡେଟିଂ ର୍ୟୁମରକୁ ଏକପ୍ରକାର କନ୍‌ଫର୍ମ କରି ଦେଇଥିଲା। ଖାସ୍‌ କଥା ହେଉଛି, ପାର୍ଟିରେ ଉଭୟେ ବ୍ଲାକ୍‌ ଆଉଟ୍‌ଫିଟରେ ଟ୍ଵିନିଙ୍ଗ୍‌ କରିଥିବାର ବି ଦେଖା ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.