ରାଜ୍ୟରୁ ସଂପୂର୍ଣ୍ଣଭାବେ ବିଦାୟ ନେଲା ମୌସୁମୀ ବାୟୁ

ଭୁବନେଶ୍ୱର(କେନ୍ୟୁଜ୍):  ଫେରିଗଲା ମୌସୁମୀ । ରାଜ୍ୟରୁ ସଂପୂର୍ଣ୍ଣଭାବେ ମୌସୁମୀ ବାୟୁ ବିଦାୟ ନେଇଛି । ସାରା ଦେଶରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର:

ଏପଟେ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆକଳନ ମୁତାବକ କାଲି ଅବପାତରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ଦିଗ ବଦଳାଇ ଉତ୍ତର ଦିଗକୁ ଯାଇ ୨୪ ତାରିଖରେ ବାତ୍ୟାର ରୂପ ନେବ ।

ପଶ୍ଚିମ କେନ୍ଦ୍ରୀୟ ଓ ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ । ତେଣୁ ଓଡ଼ିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ। ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସିଧା ହିଟ୍‌ ନ କଲେ ବି ଓଡ଼ିଶା ଉପକୂଳ ବିପଦମୁକ୍ତ ନୁହଁ। ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଇଏମ୍‌ଡି ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ଏନେଇ ସ୍ପଷ୍ଟୀକରଣ ରଖିଛି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.