ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଏମ୍ସରୁ ଦଲାଲ୍ ଗିରଫ । ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କୁ ଟିକେଟ ବିକ୍ରୀ କରି ଦଲାଲି କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ସେମାନେ ବହୁ ଦିନ ଧରି ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍ କାଟି ବ୍ଲାକରେ ବିକ୍ରି କରୁଥିଲେ । ବିଶେଷ କରି ବାହାର ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଏମାନେ କରୁଥିଲେ ଟାର୍ଗେଟ। ଏମ୍ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ରହିଛି । କିନ୍ତୁ ଦଲାଲ ଆଗୁଆ ଟିକେଟ୍ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।
ଟିକେଟ ସହ ଆଡ୍ମିଶନ, ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଏମାନେ ଟଙ୍କା ଠକୁଥିବା ଜଣାପଡ଼ିଛି। ଖବର ପାଇଁ ଆଜି ଚଢ଼ାଉ କରିଥିଲା ଖଣ୍ଡଗିରି ଥାନା ପୋଲିସ । ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ଖୋଳତାଡ ଜାରି ରହିଛି । ଏମ୍ସକୁ ଦଲାଲ ମୁକ୍ତ କରିବା ପାଇଁ କମିସନରେଟ ପୋଲିସ ପଦକ୍ଷେପ ଆରମ୍ଭ କରିଛି।
ସେପଟେ ଏହି ଘଟଣାରେ ଓଡିଶା ପୋଲିସ ଓ କମିସନରେଟ ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଠକୁଥିବା ଦଲାଲଙ୍କୁ ଛଡ଼ାଯିବ ନାହିଁ ବୋଲି ଟ୍ଵିଟ ଯୋଗେ କହିଛନ୍ତି