ଲଣ୍ଡନ େଓ୍ଵଷ୍ଟମିନିଷ୍ଟର ଟ୍ୟୁବ୍‌ ଷ୍ଟେସନରେ ପ୍ରଧାନମନ୍ତ୍ରୀ ରୁଷି ସୁନକ ବକିଲେ ଫୁଲ, ଲୋକେ ଦେଖି ଅବାକ୍‌

ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଗୁରୁବାର ସକାଳୁ ସକାଳୁ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ଟ୍ୟୁବ ଷ୍ଟେସନରେ ପପି ଫୁଲ ବିକୁଥିବାର ଦେଖିବାକୁ ମିଳିଥିଲେ । ହଠାତ୍‌ ପ୍ରଧାନମନ୍ତ୍ରୀଙ୍କୁ ଫୁଲ ବିକୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ପାଇ କଥା ହେବାର ମଉକାକୁ ହାତଛଡ଼ା କରି ନଥିଲେ ସାଧାରଣ ଜନତା ।

ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେବା ଓ କଥାବାର୍ତ୍ତା କରିବାକୁ ଆଗେଇ ଆସିଥିଲେ ଲୋକେ । କଥାଥିଲା ବ୍ରିଟିସରେ ବାର୍ଷିକ ପପି ଅପିଲ ଦିବସ ଅବସରରେ ଧନ ଜମା କରିବା ପାଇଁ ସେନାର କିଛି କର୍ମଚାରୀ ଓ ସାଧାରଣ ଜନତା ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ ।

ବ୍ରିଟିସର ଅର୍ଥ ବ୍ୟବସ୍ଥା ମାନ୍ଦାରେ ଥିବା ବେଳେ ଦରଦାମ୍‌ ଆକାଶ ଛୁଆଁ ହୋଇଛି । ରାଜନୈତିକ ଅସ୍ଥିରତା ମଧ୍ୟ ଦେଖିବାକୁ ମିଳିଛି । ରୁଷିଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ । ତେବେ ଦେଶର ମୁଖ୍ୟ ନେତା ରୁଷିଙ୍କ ଏପରି ବ୍ୟବହାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ବାସ୍ତବ କଥା ହେଉଛି ଦେଶର ସେନାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଅର୍ଥ ଯୋଗାଡ କରିବା ପାଇଁ ଏହି ଅଭିନବ ଉପାୟ ଆପଣାଇ ଥିଲେ । ପ୍ରକାଶଯୋଗ୍ୟ, ବ୍ରିଟେନରେ ସୈନିକଙ୍କ ସ୍ମୃତି ଓ ସମ୍ମାନରେ ପପି ନାମକ କୁର୍ତ୍ତ୍ରିମଫୁଲ ପିନ୍ଧାଯାଏ । ତେଣୁ ଏହି କାଗଜ ଫୁଲକୁ ବିକି ସୈନ୍ୟ କଲ୍ୟାଣ ପାଇଁ ଅର୍ଥ ଯୋଗାଡ କରାଯାଏ ।

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପପି ଡେ ଅପିଲରେ ସାମିଲ ହୋଇଛନ୍ତି । ଏହି ପପିକୁ ପେପରରେ ତିଆରି କରାଯାଇ ସେନାଙ୍କ ପାଇଁ ଫଣ୍ଡ ସଂଗ୍ରହ ପାଇଁ ଉଦ୍ଦେଶ୍ୟରେ ଗୋଟିଏ ଫୁଲକୁ ୫ ଡଲାରରେ ବିକ୍ରି କରିଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.