Below header

କାହା ଅକ୍ତିଆରକୁ ଯିବ ଧାମନଗର, ରାଜନୈତିକ ଦଳରେ ଆରମ୍ଭ ହୋଇଯାଇଛି ଅଙ୍କକଷା

କେନ୍ୟୁଜ୍(ବ୍ୟୁରୋ):  କିଏ ମାରିବ ବାଜି ? କାହା ଦଖଲକୁ ଯିବ ଧାମନଗର? ଭୋଟ୍‌ ଗଣତି ପୂର୍ବରୁ ସବୁ ଦଳର ଅଙ୍କକଷା । ୩ ପ୍ରତିଶତ କମ ଭୋଟ୍‌ । ଏହି ଦିଗକୁ ନେଇ ଚାଲିଛି ଚର୍ଚ୍ଚା । ଗତ ୨୦୧୯ ସାଧାରଣ ନିର୍ବାଚନରେ ୭୧.୯୩ ପ୍ରତିଶତ ମତଦାନ ହୋଇଥିଲା। ୨୦୨୨ ଉପ ନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ ଗତ ନିର୍ବାଚନ ତୁଳନାରେ ୩ ପ୍ରତିଶତ କମ୍‌ ଭୋଟ୍‌ ପଡ଼ିଛି। ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ୍‌ ପାଇଥିଲେ। ତାଙ୍କୁ ମିଳିଥିଲା ୪୮.୪୭ ପ୍ରତିଶତ ଭୋଟ୍‌। ସେହିପରି ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ମିଳିଥିଲା ୭୫ ହଜାର ୪୮୬ ଖଣ୍ଡ ଭୋଟ୍‌। ତାଙ୍କୁ ମିଳିଥିଲା ୪୫.୬୭ ପ୍ରତିଶତ ଭୋଟ୍‌। ଏଥର ନିର୍ବାଚନରେ ୩ ପ୍ରତିଶତ ଭୋଟ କମ ପଡ଼ିଥିବା ବେଳେ ଏହା କାହା ଉପରେ ପକାଇବ ପ୍ରଭାବ, ବିଜେଡି ନା ବିଜେପି । ସେ ନେଇ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଅଙ୍କକଷା ।

ଏସବୁ ଭିତରେ ମହିଳାଙ୍କ ଭୋଟ୍‌ ବଡ଼ ନିର୍ଣ୍ଣାୟକ କାହା ସପକ୍ଷରେ ଯାଇଛି। ୮୫ ହଜାର ୪୫୨ ମହିଳା ଭୋଟ୍‌ ଦେଇଥିବା ବେଳେ ୭୯ ହଜାର ୧୧ ପୁରୁଷ ଭୋଟ ଦେଇଛନ୍ତି। ୬ ହଜାର ୪୪୧ ମହିଳା ଅଧିକ ଭୋଟ୍‌ ପଡିଛି। ତେଣୁ ଏହି ୬ ହଜାରରୁ ଅଧିକ ଭୋଟ୍‌ ନିର୍ଣ୍ଣାୟକ ନେବ। ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ଭିତରେ ୫ ଉପ ନିର୍ବାଚନ ହୋଇଛି। ସବୁଠି ବିଜେଡି ଜିତିଛି। ବିଜେଡିର ବିଜୟ ଓ ବଡ଼ ବ୍ୟବଧାନ ପଛରେ ମହିଳାଙ୍କ ସମର୍ଥନ ରହି ଆସିଛି। ତେଣୁ ଏହି ଉପ ନିର୍ବାଚନରେ ଅଧିକ ମହିଳା ଭୋଟର ବିଜେଡିକୁ ସୁହାଇବ ବୋଲି କୁହାଯାଉଛି । ଅନ୍ୟପଟେ ୨୦ରୁ ୨୫ ହଜାର ବ୍ୟବଧାନରେ ଜିତିବୁ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଅନ୍ୟପଟେ ଭଲ ଫଳାଫଳ କରିବ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।

 ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପ ନିର୍ବାଚନରେ ସବୁ ଦଳର ବାଜି ଲାଗିଛି। ଟ୍ରାକ ରେକର୍ଡକୁ ବଜାୟ ରଖିପାରିବ କି ବିଜେଡି। ସେହିପରି ବିଜେପି ନିଜ ଆସନ ରକ୍ଷା କରିବାରେ ହେଇପାରିବ କି ସମର୍ଥ। କଂଗ୍ରେସ ବ୍ରଜରାଜନଗର ଉପ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲା। ଏଠି କଂଗ୍ରେସ ନିଜର ସ୍ଥିତି ଜାହିର କରିପାରିବ କି। ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ କି ବାର୍ତ୍ତା’ଦେଉଛି, ତାରି ଉପରେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.