ଓଜନ କମାଇବାକୁ ଇଚ୍ଛା କରୁଥିଲେ ଏପରି ଖାଆନ୍ତୁ ଭଣ୍ଡା, ସ୍ବାସ୍ଥ୍ୟ ପାଇଁ ହିତକାରୀ
ଯଦି ଆପଣ ଓଜନ କମାଇବା ପାଇଁ ଇଛା କରୁଛନ୍ତି କିନ୍ତୁ ଆପଣଙ୍କୁ ଅନେକ ଅସୁବିଧା ହେଉଛି ଆପଣ ଏହା ପାଇଁ ଫଳ ଖାଇ ଓଜନ କମାଇ ପାରିବେ। ଯଦି ଆପଣ ପେଟର ଚର୍ବି ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଭଣ୍ଡା ଆପଣଙ୍କୁ ସାହାଯ୍ୟ କରିପାରିବ ଓଜନ କମାଇବା ପାଇଁ। ଏଥିରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏଥିରେ ଫାଇବର ମଧ୍ୟ ଅଧିକ ପରିମାଣରେ ଭରି ରହିଛି।
ଅନ୍ୟପକ୍ଷରେ, ଭଣ୍ଡାରେ ଭିଟାମିନ୍ ଏ ଥାଏ ଏବଂ ଏଥିରେ ଭିଟାମିନ୍ ସି ମଧ୍ୟ ମିଳିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ତେଣୁ ଯଦି ଆପଣଙ୍କ ପେଟର ଚର୍ବି ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଭଣ୍ଡା ଆପଣଙ୍କୁ ସାହାଯ୍ୟ କରିପାରିବ। ତେଣୁ ଏଠାରେ ଆମେ ଆପଣଙ୍କୁ କହିବୁ ଓଜନ ହ୍ରାସ ପାଇଁ ଆପଣ କିପରି ଭଣ୍ଡା ଖାଇପାରିବେ?
ଯଦି ଆପଣ ଭାରି ଜଳଖିଆ ଖାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅନ୍ୟ କୌଣସି ଖାଦ୍ୟ ଖାଇବାକୁ ପଡିବ ନାହିଁ। କିନ୍ତୁ ଏକ ଗ୍ଲାସ୍ କ୍ରିମ୍ କ୍ଷୀର ପିଇବା ସହିତ ଅମୃତ ଭଣ୍ଡ ଖାଇ ପାରିବେ। କିନ୍ତୁ ପ୍ରଥମେ କ୍ଷୀର ପିଇ ସାରିବା ପରେ କିଛି ସମୟ ପରେ ଭଣ୍ଡା ଖାଇବା ଉଚିତ୍।
ଏହା ସହିତ ଆପଣ ପ୍ରୋଟିନ୍ ପରିମାଣ ମଧ୍ୟ ପାଇବେ ଏବଂ ଆପଣଙ୍କ ପେଟ ଅନେକ ଘଣ୍ଟା ପାଇଁ ପୂର୍ଣ୍ଣ ରହିବା ତେଣୁ, ଯଦି ଆପଣ ଅଣ୍ଟାକୁ ପତଳା କରିବାକୁ ଚାହୁଁଛନ୍ତି, ତେବେ ଆପଣ ଜଳଖିଆରେ କ୍ଷୀର ଏବଂ ଭଣ୍ଡା ନେଇ ପାରିବେ। ଯଦି ଆପଣ ଅମୃତ ଭଣ୍ଡା ଚାଟ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଏହାକୁ ତିଆରି କରି ଖାଇ ପାରିବେ। ଏଥିପାଇଁ ଭଣ୍ଡାକୁ କାଟି ସେଥିରେ ଅନ୍ୟ ଜିନିଷ ମିଶାଇ ଖାଇ ପାରିବେ। ଏଥିରେ ଆପଣ ପନିର ଓ ଅନ୍ୟ ଜିନିଷ ମିଶାଇ ମଧ୍ୟ ଖାଇ ପାରିବେ। କେବଳ ସେତିକି ନୁହେଁ ଆପଣ ଅମୃତ ଭଣ୍ଡାକୁ ସନ୍ତୁଳା କିମ୍ୱା ଡାଲମା କରି ମଧ୍ୟ ଖାଇ ପାରିବେ। ଏଥିରେ ଅଧିକ ପରିମାଣରେ ଭିଟାମିନ ଭରି ରହିଛି। ଯାହା ଶରୀରକୁ ପ୍ରୋଟିନ ଯୋଗାଇବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ କରିଥାଏ।
ଏଥିରେ ପାୱାରଫୁଲ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଏମିତିକି ଏହା କ୍ୟାନ୍ସର ସହ ଲଢ଼ିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ ଏହା ହାର୍ଟ ହେଲ୍ଥକୁ ମଧ୍ୟ ଠିକ୍ ରଖେ। ଏହା ସହିତ ଶରୀରରେ ସଂକ୍ରମଣ ମାତ୍ରାକୁ କମ୍ କରେ। ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ କରାଇଥାଏ ଅମୃତ ଭଣ୍ଡା।ଚର୍ମକୁ ମଧ୍ୟ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରିଥାଏ। ତେଣୁ ଆପଣ ଏହାକୁ ଅନେକ ପ୍ରକାର ଭାବେ ଖାଇ ପାରିବେ।