ହ୍ଵାଟ୍ସଆପରେ କାହାକୁ ପଠାଇଲେ ଖରାପ ହୋଇଯାଉଛି କି ଫଟୋ? ଏବେ ଆଉ ହେବନି ସେମିତି ବଦଳାନ୍ତୁ ସେଟିଙ୍ଗ୍‌

ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟ୍ସଆପର ବ୍ୟବହାର ସାରା ଦୁନିଆର ପ୍ରାୟ କୋଟି କୋଟି ଲୋକ କରୁଛନ୍ତି। ଚାଟିଙ୍ଗ ଏବଂ ମିଡିଆ ସେୟାରିଙ୍ଗ ପାଇଁ ହ୍ଵାଟ୍ସଆପକୁ ବେଶ୍‌ ପସନ୍ଦ କରୁଛନ୍ତି ଲୋକ। ତେବେ ୟୁଜର୍ସ ଅଭିଯୋଗ କରୁଛନ୍ତି ଯେ ହ୍ଵାଟ୍ସଆପରେ କୌଣସି ଫଟୋ ସେୟାର କରିବା ଦ୍ୱାରା ତାର କ୍ୱାଲିଟୀ କମିଯାଉଛି। ଏବଂ ତାହା ଅରିଜିନାଲ କ୍ୱାଲିଟୀରେ ସେୟାର ହେଉନାହିଁ। ୟୁଜର୍ସଙ୍କ ଅଭିଯୋଗକୁ ଦୂର କରି କମ୍ପାନୀ ‘ବେଷ୍ଟ କ୍ୱାଲିଟୀ’ରେ ଫଟୋ ପଠାଇବାର ବିକଳ୍ପକୁ ରୋଲଆଉଟ କରିଛି।

ହ୍ଵାଟ୍ସଆପ୍‌ ୟୁଜର୍ସଙ୍କୁ ନିକଟରେ ଅନେକ ଫିଚର୍ସ ମିଳିଛି। ଏହାସହିତ ଗୃପରେ ୧,୦୨୪ ପର୍ଯ୍ୟନ୍ତ ୟୁଜର୍ସ ଯୋଡିପାରିବେ ଏବଂ ୩୨ ଜଣ ୟୁଜର୍ସଙ୍କୁ ଗ୍ରୁପ ଭିଡିଓ କଲ୍ସରେ ଭାଗ ନେବାର ଅପ୍ସନ ଦିଆଯାଉଛି। ଲମ୍ବା ଅପେକ୍ଷା ପରେ ୟୁଜର୍ସଙ୍କୁ ଫଟୋ ଅପଲୋଡ କ୍ୱାଲିଟୀରେ ପରିବର୍ତ୍ତନ କରିବାର ବିକଳ୍ପ ମଧ୍ୟ ଦିଆଯାଉଛି। ଅର୍ଥାତ୍‌ ଆପଣ ବାଛି ପାରିବେ ଯେ ଆପଣଙ୍କ ଫଟୋ କେଉଁ କ୍ୱାଲିଟୀରେ ପଠାଯିବ।

ମେଟାର ଓନରସିପ୍‌ ଆପର ସେଟିଙ୍ଗସରେ ୟୁଜର୍ସଙ୍କୁ ଏକ ଡେଡିକେଟେଡ ଫଟୋ ଅପଲୋଡ କ୍ୱାଲିଟୀ ସେକ୍ସନ ଦିଆଯାଇଛି। ଏଠାରେ ୟୁଜର୍ସ ଚୟନ କରିପାରିବେ ଯେ ସେମାନେ ନିଜ ଫ୍ରେଣ୍ଡସ ଏବଂ କଣ୍ଟାକ୍ଟସଙ୍କୁ ‘ବେଷ୍ଟ କ୍ୱାଲିଟୀ’ରେ ଫଟୋ ପଠାଇବାକୁ ଚାହୁଁଛନ୍ତି ନା ନାହିଁ। ସେହିପରି ଅନ୍ୟଏକ ବିକଳ୍ପ ‘ଡାଟା ସେଭର’ ନାମ ନିଆଯାଇଛି। ଡାଟା ସେଭର ବାଛିଥିବା ୟୁଜର୍ସଙ୍କର ଫଟୋ କମ୍ପ୍ରେସ କରିଦିଆଯିବ ଏବଂ ଆପ୍‌ ଚାଟିଙ୍ଗ୍‌ ସମୟରେ ଅଧିକ ଡାଟା ବ୍ୟବହାର ହେବନାହିଁ।

ତୃତୀୟ ଅପ୍ସନ ହେଉଛି ‘ଅଟୋ’। ଅର୍ଥାତ୍‌ ନେଟଓ୍ଵର୍କ କ୍ୱାଲିଟୀ ହିସାବରେ ଆପ୍‌ ନିଜେ ବାଛିବ କେଉଁ ଫଟୋକୁ ବେଷ୍ଟ କ୍ୱାଲିଟୀରେ ପଠାଇବା ଉଚିତ ନା ନୁହେଁ। ଧ୍ୟାନ ରଖନ୍ତୁ ‘ବେଷ୍ଟ କ୍ୱାଲିଟୀ’ରେ ପଠାଯାଇଥିବା ଫଟୋର ସାଇଜ ଅଧିକ ହେବ ଏବଂ ଏହାକୁ ଅପଳୋଡ କିମ୍ବା ଡାଉନଲୋଡ କରିବାରେ ମଧ୍ୟ ସମୟ ଲାଗିବ। ଫଟୋ କ୍ୱାଲିଟୀ ସହ କିଛି ସାଲିସ କରିବାକୁ ଚାହୁଁନାହାଁନ୍ତି ତ ପ୍ରଥମ ‘ବେଷ୍ଟ କ୍ୱାଲିଟୀ’ ବିକଳ୍ପକୁ ବାଛିବା ଭଲ ରହିବ।

ଏହି ଷ୍ଟେପ୍ସକୁ ଫଲୋ କରି ବଦଳାନ୍ତୁ ସେଟିଙ୍ଗସ୍‌

ଭଲ କ୍ୱାଲିଟୀରେ ଫଟୋଜ ହ୍ଵାଟ୍ସଆପରେ ସେୟାର କରିବା ପାଇଁ ସର୍ବପ୍ରଥମେ ଆପକୁ ଲାଟେଷ୍ଟ ଭର୍ସନରେ ଅପଡେଟ କରନ୍ତୁ ଏବଂ ପରେ ଏହି ଷ୍ଟେପକୁ ଫଲୋ କରନ୍ତୁ।

ହ୍ଵାଟ୍ସଆପ ଓପନ କରିବା ପରେ ଥ୍ରି ଡଟସ ଉପରେ ଟ୍ୟାପ୍‌ କରନ୍ତୁ ଏବଂ ସେଟିଙ୍ଗ୍ସକୁ ଯାଆନ୍ତୁ।

ଏଠାରେ ଆପଣଙ୍କୁ ‘ଷ୍ଟୋରେଜ ଆଣ୍ଡ ଡାଟା’ ଉପରେ ଟ୍ୟାପ୍‌ କରିବାକୁ ହେବ ଏବଂ ସ୍କ୍ରିନ ଉପରେ ‘ଫଟୋ ଅପଲୋଡ କ୍ୱାଲିଟୀ’ ବିକଳ୍ପ ସବୁଠାରୁ ତଳେ ଦେଖାଇଦେବ।

ଫଟୋ ଅପଲୋଡ କ୍ୱାଲିଟୀ ସେକ୍ସନକୁ ଯାଇ ଆପଣଙ୍କୁ ‘ବେଷ୍ଟ କ୍ୱାଲିଟୀ’ ଅପ୍ସନକୁ ଚୟନ କରିବାକୁ ହେବ। ବାଏ ଡେଫଲ୍ଟ ଏହି ସେଟିଙ୍ଗରେ ସେଟ୍‌ କରାଯାଇଛି।

ଯଦି ଆପଣଙ୍କର ମୋବାଇଲ ଡାଟା କିମ୍ବା ଇଣ୍ଟରନେଟ ସ୍ପିଡ୍‌ କୌଣସି ସମ୍ୟା କରାଉନଥାଏ ତାହେଲେ ବେଷ୍ଟ କ୍ୱାଲିଟୀକୁ ଚୟନ କରିବାରେ କୌଣସି ଅସୁବିଧା ହେବନାହିଁ। ହାଇ ସ୍ପିଡ୍‌ ଇଣ୍ଟରନେଟ କିମ୍ବା ଓ୍ଵାଇଫାଇ ସ୍ଥିତିରେ ଫଟୋଜ ପଠାଇବାରେ ଅଧିକ ସମୟ ଲାଗିବ ଏବଂ ମୋବାଇଲ ଡାଟା ମଧ୍ୟ ‘ଡାଟା ସେଭର’ ମୋଡ୍‌ ମୁକାବିଲାରେ ଅଧିକ ଖର୍ଚ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.