ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ପୁଣିଥରେ ମା’ ହୋଇଛନ୍ତି। ଆଜି ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଛି। ପ୍ରଥମ ପିଲାର ୭ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଦେବିନା । ଆଉ ଦେବିନାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖବର ଗୁରମିତ୍ ନିଜ ସୂଚନା ଦେଇ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଅଭିନେତା ଲେଖିଛନ୍ତି, ଇଟ୍ସ ଏ ଗର୍ଲ ।
ପୂର୍ବରୁ ଝିଅ ଲିଆନାଙ୍କୁ ଏପ୍ରିଲ ୩ ତାରିଖରେ ଜନ୍ମ ଦେଇଥିଲେ ଦେବିନା। ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବୋଲି ଦେବିନା କହିଥିଲେ। ବିବାହର ୧୧ ବର୍ଷ ପରେ, ଦେବିନା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମାଆ ହୋଇଛନ୍ତି। ତେବେ ଗୁରମିତଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍ ଶୁଭେଚ୍ଛା ଜଣାଉଛନ୍ତି।
View this post on Instagram
ତେବେ ଦେବିନା ଏବଂ ଗୁରୁମିତଙ୍କ ଏହି ଝିଅ ସମୟ ପୂର୍ବରୁ ଜନ୍ମ ନେଇଛନ୍ତି। କିଛିଦିନ ପୂର୍ବରୁ ଦେବିନା ହସପିଟାଲରେ ପହଞ୍ଚିଥିଲେ। ତେବେ ସମୟ ପୂର୍ବରୁ ପୁଣିଥରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି। ତେବେ ଗୁରମିତ ସେୟାର କରିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଇଣ୍ଡଷ୍ଟ୍ରୀର ବହୁ ଜଣାଶୁଣା ସେଲିବ୍ରିଟି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀ ସିଂ, ସୋନୁ ସୁଦ ପ୍ରମୁଖ କମେଣ୍ଟ କରିଛନ୍ତି।
ସେମାନଙ୍କ ଝିଅ ଲିଆନା ୩ ଏପ୍ରିଲରେ ଜନ୍ମ ହୋଇଥିଲେ। ଯାହା ପରେ ଉଭୟ କାର୍ଯ୍ୟରେ ବ୍ୟସ୍ତ ଥିଲେ। ବିବାହର ୧୧ ବର୍ଷ ପରେ, ଦେବିନା ବହୁତ ଅସୁବିଧା ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଗର୍ଭଧାରଣରେ ଅନେକ ଜଟିଳତା ଦେଖାଦେଇଥିଲା । ଏହାର ପ୍ରାୟ ଚାରି ମାସ ପରେ, ଦେବିନା ଏବଂ ଗୁରୁମିତ ଆଉ ଏକ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅଗଷ୍ଟ ୧୬ରେ, ଦେବିନା ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ଯେ ସେ ଏବଂ ଗୁରୁମିତ ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଦମ୍ପତିଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଥିଲେ, କିନ୍ତୁ ଟ୍ରୋଲ ମଧ୍ୟ ହୋଇଥିଲେ।