Below header

ସୁପ୍‌ରେ ବାଦୁଡ଼ି ପକାଇ ଖାଉଥିଲେ ମହିଳା; ଭିଡିଓ ଭାଇରାଲ ପରେ ପୋଲିସ ନେଲା କଠୋର କାର୍ଯ୍ୟାନୁଷ୍ଠାନ

ବିଶ୍ୱରେ କରୋନା ମହାମାରୀର ଭୟ ସମ୍ପୂର୍ଣ୍ଣ ରୂପେ ଯାଇନାହିଁ ଏବଂ ଲୋକେ ପୁଣିଥରେ ଅଜବ ହରକତ କରିବାକୁ ଲାଗିଛନ୍ତି। ଏହାରି ଭିତରେ ଜଣେ ମହିଳା ଏମିତି କିଛି କାମ କରିଥିଲେ, ଯଦ୍ଦ୍ଵାରା ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଛି। ଏହି ମହିଳା ବାଦୁଡ଼ିର ସୁପ୍‌ ପିଉଥିବାର ଏକ ଭିଡିଓ କରିଥିଲେ ଏବଂ ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। କିନ୍ତୁ ଯେମିତି ହିଁ ଏହି ଭିଡିଓ ପୋଲିସ ପାଖରେ ପହଞ୍ଚିଥିଲା, ତ ମହିଳାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, ଏହି ଭିଡିଓ ଥାଇଲାଣ୍ଡର ଏକ ସହରର। ଏଠାକାର ଜଣେ ମହିଳା ଶିକ୍ଷୟିତ୍ରୀ ୯ ନଭେମ୍ବରରେ ବାଦୁଡ଼ି ସୁପ୍‌ ପିଉଥିବାର ନିଜର ଏକ ଭିଡିଓ ଛାଡ଼ିଥିଲେ। ଏଥିରେ ସେ ଅନ୍ୟ ଲୋକଙ୍କୁ ମଧ୍ୟ ଏମିତି କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏହି ବିବାଦୀୟ ଭିଡିଓକୁ ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ କରିଥିଲେ, ଯେଉଁଥିରେ ସେ ସୁପ୍‌ରୁ ବାଦୁଡ଼ି ବାହାର କରି ଖାଉଥିବାର ଦେଖାଯାଇଥିଲା।

ଏହି ଭିଡିଓ ଯେମିତି ହିଁ ଭାଇରାଲ ହୋଇଥିଲା, ତ ଲୋକମାନେ ରାଗି ଯାଇଥିଲେ। ଲୋକମାନଙ୍କ କହିବା ହେଲା କି, ଏ ସବୁ କରିଥିବାରୁ ସାରା ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିଥିଲା। ଏବେ ପୁଣିଥରେ ଏମିତି ହରକତ କରାଯାଉଛି। କିଛି ଲୋକ ପୋଲିସକୁ ଟ୍ୟାଗ୍‌ କରି ଦେଇଥିଲେ। ଯେତେବେଳେ ପୋଲିସ ଏହି ଭିଡିଓ ଦେଖିଲା, ତ ମହିଳାଙ୍କୁ ଗିରଫ କରି ନେଇଥିଲା। କୁହାଯାଉଛି କି, ମହିଳାଙ୍କୁ ୫ ବର୍ଷ ଜେଲ୍‌ କିମ୍ବା ୧୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ।

ବର୍ତ୍ତମାନ ଗିରଫ ହେବା ପରେ ମହିଳାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ମାଧ୍ୟମରେ ସେ କ୍ଷମା ପ୍ରାର୍ଥନା କରୁଥିବାର ଦେଖାଯାଉଛି। ମହିଳା ଏହା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ କି, ସେ ଆଉ କେବେ ବାଦୁଡ଼ି ଖାଇବେ ନାହିଁ। ସେପଟେ ବିଶେଷଜ୍ଞମାନଙ୍କ କହିବା ହେଲା, ବାଦୁଡ଼ି ମାଂସରେ ସଂକ୍ରମଣର ଆଶଙ୍କା ରନ୍ଧାଯିବା ପରେ ବି ରହିଥାଏ। କରୋନା ବ୍ୟାପିବାରେ ଏହାର ଭୂମିକାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ।

video courtesy: สรยุทธ สุทัศนะจินดา กรรมกรข่าว (facebook)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.